ଜିଲ୍ଲା ଦୌରାଜଜ୍‍ଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ ଓ ସମୀକ୍ଷା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଅଶୋକ କୁମାର ପଣ୍ଡା ଆଜି ଚନ୍ଦାହାଣ୍ଡି ଜେଏମ ଏଫସି କୋର୍ଟ ପରିଦର୍ଶନ କରିବା ସହ କୋର୍ଟର ନଥିପତ୍ର ସମୀକ୍ଷା କରି ଫେରିଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଚନ୍ଦାହାଣ୍ଡି ଓକିଲ ସଂଘ ତରଫରୁ ଜିଲ୍ଲା ଜଜ୍ ଶ୍ରୀ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଧନା ପ୍ରଦାନ କରିବା ସହ ଓକିଲ ମାନଙ୍କ ସମସ୍ୟା ଉତଥାପନ କରିଥିଲେ । ଗତ ୨୩ ତାରିଖରୁ ନବରଙ୍ଗପୁର ଜିଲ୍ଲା କୋର୍ଟରୁ ସିରସ୍ତାଦାର ଲମ୍ବୋଦର ମିଶ୍ର, ଉମେଶ ଅଧିକାରୀ, ସଞ୍ଜୟ ତ୍ରିପାଠୀ ଆସି ଚନ୍ଦାହାଣ୍ଡି କୋର୍ଟର ସମସ୍ତ ନଥିପତ୍ର ଯାଞ୍ଚ କରିବା ସହ ଅଦାଲତର ସୁବିଧା ଅସୁବିଧା ବୁଝିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ଚନ୍ଦାହାଣ୍ଡି ଜେଏମଏଫସି ସବ୍ୟସାଚୀ ପ୍ରଧାନ, ସରକାରୀ ଓକିଲ ପ୍ରଶାନ୍ତ କୁମାର ସାହୁ, ଓକିଲ ମହମ୍ମଦ ହୁସେନ, ଜୟଦେବ ଖମାରୀ, କ୍ଷେମରାଜ ବାଘ, ହୁମେଶ୍ୱର ହଂସ, କୋର୍ଟ କର୍ମଚାରୀ କେଦାରଗୌରୀ ପାଞ୍ଜିଆ, କେଶରୀ ମନହିରା, ସର୍ବେଶ୍ୱର ପୁଜାରୀ, ସାବେରିଆ ଏକ୍କା,ବଳରାମ ମାଝୀ, ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.