www.samajalive.in
Monday, December 15, 2025
27.1 C
Bhubaneswar

ଶ୍ରାଦ୍ଧୋତ୍ସବରେ କବିଚନ୍ଦ୍ର କାଳିଚରଣଙ୍କୁ ଶ୍ରଦ୍ଧାଞ୍ଜଳି

ବଡ଼ମ୍ବା: ଓଡ଼ିଶା ସଙ୍ଗୀତ ଏବଂ ନୃତ୍ୟ ଜଗତର ଧୃବତାରା ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର ଡଃ.କାଳିଚରଣ ପଟ୍ଟନାୟକଙ୍କୁ ଶ୍ରଦେ୍ଧାତ୍ସବ ଅବସରରେ ଜନ୍ମଭୂମି ବଡ଼ମ୍ବାରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରାଯାଇଛି। ବୁଧବାର ଏହି ଉପଲକ୍ଷେ ଗୋପପୁରସ୍ଥ ବାସୁଦେବ ଉଚ୍ଚ ବିଦ୍ୟାଳୟରେ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା। ଉତ୍କଳର ନିଜସ୍ୱ କଳା,ସଂସ୍କୃତି ତଥା ଅଭିନୟ ସମେତ ଓଡ଼ିଶୀ ନୃତ୍ୟ,ସଙ୍ଗୀତ ଓ ମଞ୍ଚ ନାଟକର ସ୍ୱତନ୍ତ୍ର ପ୍ରଚାରପ୍ରସାର ଦିଗରେ ଏହାର ସ୍ରଷ୍ଟା ଓ ସାଧକ କବିଚନ୍ଦ୍ର କାଳିଚରଣଙ୍କ ଅବଦାନ କାଳଜୟୀ ଏବଂ ଚିରସ୍ମରଣୀୟ ବୋଲି ଏହି ଅବସରରେ ବକ୍ତାମାନେ ମତପୋଷଣ କରିଥିଲେ। ବଡ଼ମ୍ବାଗଡ଼ ବଡ଼ଦାଣ୍ଡସାହିରୁ ରାଜଦରବାର ଯାଇ ଏକଦା ଶିଶୁ କାଳିଚରଣ ତାଙ୍କର ପ୍ରତିଭାର ପ୍ରଜ୍ଞା ପ୍ରଦର୍ଶନ କରି ପରବର୍ତ୍ତି ସମୟରେ ଓଡ଼ିଶାର ପୁରପଲ୍ଲୀରୁ ଦିଲ୍ଲୀର ସଂସଦ ପର୍ଯ୍ୟନ୍ତ ତାଙ୍କ ସାଧନାର ସ୍ୱିକୃତି ପ୍ରତିପାଦନ କରିପାରିଥିଲେ। ଏଥିଲାଗି ଚିରବନ୍ଦନୀୟ ଭୂମିପୁତ୍ର କାଳିଚରଣ ବଡ଼ମ୍ବାର ଗର୍ବ ଏବଂ ଗୌ÷ରବ ବୋଲି ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଶୋକକୁମାର ଧଳଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପ୍ରଧାନଶିକ୍ଷକ କାମରାଜ ସାହୁ ଅଧ୍ୟକ୍ଷତା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦିଲ୍ଲୀଶ୍ୱର ବିଶ୍ୱାଳ,କୁଶ ଭୁଏ, ରାକେଶ କୁମାର ଜେନା, ଶିକ୍ଷୟିତ୍ରୀ ରଞ୍ଜୁବାଳା ପରିଡ଼ା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପୂର୍ବକ କବିଚନ୍ଦ୍ରଙ୍କ ଫଟୋଚିତ୍ରରେ ପୁଷ୍ପଦେଇ ସମବେତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେହିଭଳି କବିଚନ୍ଦ୍ରଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ବଡ଼ମ୍ବା ପୂଜ୍ୟପୂଜା ପରିଷଦ, ବିକଚ ସାହିତ୍ୟ ସଂସଦ, ପ୍ରାଣଯୋଗ ପ୍ରତିଷ୍ଠାନ, କଳାତୀର୍ଥ ସଙ୍ଗୀତ ଓ ନୃତ୍ୟ ଅନୁଷ୍ଠାନ ସମୁହ ତଥା ଅନେକ ସାହିତ୍ୟିକ ଏବଂ କଳାକାର ଏହି ଯଶସ୍ୱୀ ସାଧକଙ୍କୁ ତାଙ୍କର ପୂଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ୍ନ କରିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories