www.samajalive.in
Saturday, December 13, 2025
14.1 C
Bhubaneswar

ଧର୍ମଶାଳା ବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଯାଜପୁର : ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୬ଷ୍ଠତମ ଶ୍ରାଦ୍ଧ ବାର୍ଷିକ ଦିବସରେ ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୬ଗୋଟି ଜୋନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଧର୍ମଶାଳାର ଜନସାଧାରଣ ୧୧୦୦ ରକ୍ତଦାତା ଏଭଳି ମହାମାରୀ କରୋନା ସମୟରେ ରକ୍ତଦାନ କରିଥିବାରୁ ଅନେକ କରୋନା ରୋଗରେ ଆକ୍ରାନ୍ତିତ ହୋଇ ଚିକିତ୍ସିତ ହୋଉଥିବା ରୋଗୀ ମାନଙ୍କ ପାଇଁ ଏହି ଯେଉଁ ରକ୍ତ ସଂଗ୍ରହ କରାଯାଇଛି ତାଙ୍କ ଜୀବନ ବଞ୍ଚାଇବାରେ ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରକ୍ତଦାତା ଏବଂ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ଧର୍ମଶାଳା ବିଜୁ ଜନତା ଦଳ କର୍ମୀମାନଙ୍କୁ ତାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଫେସବୁକ୍‍ ଏବଂ ଟୁଇଟର ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ଧର୍ମଶାଳାରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳେଇ ଦେଇଛି ଏବଂ ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକ ମୁଖ୍ୟମନ୍ତ୍ରୀଙ୍କ ଏ ବାର୍ତ୍ତା ଧର୍ମଶାଳାର ବରିଷ୍ଠ, ଯୁବ, ଛାତ୍ର, ମହିଳା ଏବଂ ଗାର୍ଲସ ୱିଙ୍ଗ୍‍ କର୍ମକର୍ତ୍ତାଙ୍କ ପାଖରେ ପହଞ୍ଚିଲା ପରେ ସମସ୍ତଙ୍କ ମନରେ ସାମାଜିକ ଜନକଲ୍ୟାଣ କାର୍ଯ୍ୟ କରିବା ପାଇଁ ଉତ୍ସାହ ଓ ଆଗ୍ରହ ବଢ଼ିଯାଇଛି ବୋଲି କହିଛନ୍ତି।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories