www.samajalive.in
Friday, December 12, 2025
19.1 C
Bhubaneswar

ଆଦିବାସୀ ପରିବାର ସ୍ବାବଲମ୍ବୀ ପାଇଁ ସହାୟତାର ହାତ ବଢାଇଲା ଓଟିଇଏଲପି ପ୍ଲସ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ ଅଧିନ କାରିଣିଗୁଡା, ପାରିଖିତି ଗ୍ରାମରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଜୀବିକା ତଥା ବିକାଶ ସାଧନ ନିମନ୍ତେ ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଓଟିଇଏଲପି ପ୍ଲସ ସହାୟତାରେ ୮ଗୋଟି ଅସହାୟ ପରିବାରକୁ ଛେଳି ପ୍ରଦାନ କରାଯାଇଛି। କୋଭିଡ଼ ପ୍ରରିପ୍ରେକ୍ଷୀରେ ଆଦିବାସୀଙ୍କ ଜୀବନଜୀବିକା ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି କ୍ଷେତ୍ରରେ ଓଟିଇଏଲପି ପ୍ଲସ ଗୁଣୁପୁର ଆଦିବାସୀ ଉନ୍ନୟନ ସଂସ୍ଥା ସଦାସର୍ବଦା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଉଦ୍ୟମ ପ୍ରଂଶସନୀୟ।ସେହିଭଳି ଗୁଲୁଣ୍ଠି ପଞ୍ଚାୟତ ଓ ଗୋଁସାଇ ଗୁଲୁମୁଣ୍ଡା ଗ୍ରାମରେ ୧୦ଟି ଲେଖାଏଁ ପରିବାରକୁ ନିଜ ବାଡ଼ିରେ କୁକୁଡ଼ା ପାଳନ ନିମନ୍ତେ କୁକୁଡ଼ା ଯୋଗାଇ ଦିଆଯାଇଛି। ତେବେ କୋଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଆଦିବାସୀ ଗ୍ରାମ ସଂସ୍ଥା ପକ୍ଷରୁ ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରାଯାଇଥିବା ବେଳେ ଏହି ପ୍ରରିପ୍ରେକ୍ଷୀରେ ରାମନାଗୁଡା ଠାରେ ମାସ୍କ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଟିଇଏଲପି ପ୍ଲସର ପ୍ରୋଗ୍ରାମ ଅଫିସର ଜୟ ପ୍ରକାଶ ବରାଳ, ଓଟିଇଏଲପି କୃଷି ଅଧିକାରୀ, ଶକ୍ତି ଅନୁଷ୍ଠାନ ସଂସ୍ଥା ଅଧିକାରୀ ଉପସ୍ଥିତ ଥିଲେ।। ସେହିଭଳି ଶକ୍ତି ଅନୁଷ୍ଠାନ ଓ ଏଫଏଫସି ଭୁବନେଶ୍ୱର ସହାୟତାରେ ରାମନାଗୁଡା ସେକ୍ଟର ସମସ୍ତଅଙ୍ଗନବାଡ଼ି କର୍ମୀମାନଙ୍କୁ ମାସ୍କ, ସାନିଟାଇଜର, ହେଡ଼ ସିଲ୍ ଆଦି ପ୍ରଦାନ କରାଯାଇଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories