www.samajalive.in
Saturday, December 13, 2025
27.1 C
Bhubaneswar

ରାସ୍ତା ସଂପ୍ରସାରଣର କଚ୍ଛପ ଗତିନେଇ ଖୁଣ୍ଟୁଣୀ ବଜାର ମହାସଂଘର ଆନ୍ଦୋଳନ ଧମକ

ଗୁରୁଡିଝାଟିଆ: ୫୫ ନଂ ଜାତୀୟ ରାଜପଥ ମଙ୍ଗୁଳିରୁ ଅନୁଗୁଳ ପର୍ଯ୍ୟନ୍ତ ଦୋହରିକରଣ ପାଇଁ ଖୁଣ୍ଟୁଣୀ ବଜାର ସଂପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏ ଅଞ୍ଚଳର ଉଠାଦୋକାନୀଙ୍କ ପରିବାର ସଦସ୍ୟ ଘୋର ଅସୁବିଧା ଦେଇ ଗତି କରୁଛନ୍ତି। ଅନେକ ଲୋକଙ୍କର ଘର ମଧ୍ୟ ଜମି ଅଧିକୃତ ପାଇଁ ବାସହରା ହେବାକୁ ପଡିଛି। ଦୀର୍ଘ ୨ବର୍ଷ ବିତିଯାଇଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଖୁଣ୍ଟୁଣୀ ବଜାର ଅଞ୍ଚଳର ରାସ୍ତାକୁ ସଠିକ୍‍ ଭାବରେ ନିର୍ମାଣ କରୁନାହାନ୍ତି। ସେଥିପାଇଁ ଆଜି ଖୁଣ୍ଟୁଣୀ ବଜାର ମହାସଂଘ ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରୀସଂସ୍ଥା ଜାଣିଶୁଣି ରାସ୍ତାକାମକୁ ପକାଇରଖିଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି। ଉଠାଦୋକାନୀ ଓ ବିଭିନ୍ନ ଅନ୍ୟାନ୍ୟ ବ୍ୟବସାୟ କରିଚଳୁଥିବା ପରିବାବାଲା ରାସ୍ତା ନିର୍ମାଣ ହୋଇନଥିବାରୁ ନା ରାସ୍ତାକଡରେ ବିକ୍ରୟ କରିପାରୁଛନ୍ତି କିମ୍ବା ରାସ୍ତା ପାର୍ଶ୍ବରେ ଥିବା ଲୋକମାନେ ନିଜଜାଗାରେ ଘର ମଧ୍ୟ ତିଆରିକରିପାରୁଛନ୍ତି।

ତେଣୁ ଖୁଣ୍ଟୁଣୀ ଅଞ୍ଚଳର ଆର୍ଥିକ ସ୍ଥିତି ଭୁଷୁଡି ପଡିଛି। ୫ଟି ପଞ୍ଚାୟତର ଲୋକମାନେ ଖୁଣ୍ଟୁଣୀ ବଜାର ଉପରେ ନିର୍ଭର କରିଥାନ୍ତି। ହେଲେ ରାଜପଥ ସଂପ୍ରସାରଣ ପରେ ଜମି ଅଧିକୃତ ହୋଇଯାଇଥିବାରୁ ଠିକାଦାର କଣ ପାଇଁ ଖୁଣ୍ଟୁଣୀ ବଜାର ଅଞ୍ଚଳରେ ରାସ୍ତାକାର୍ଯ୍ୟ ସଂପୂର୍ଣ୍ଣ କରୁନାହାନ୍ତି ତାହା ବୁଝାପଡୁନାହିଁ। ଏନେଇ ଖୁଣ୍ଟୁଣୀ ବଜାର ମହାସଂଘର କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚି ଦୃଷ୍ଟି ଆକର୍ଷଣ କରିବା ସହିତ ଯଦି ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଠିକାଦାର ଖୁଣ୍ଟୁଣୀବ ଜାର ଅଞ୍ଚଳର ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରିତ ବେଗରେ ନକରିବେ ତେବେ ରାଜପଥକୁ ଓହ୍ଲାଇବା ପାଇଁ ପଛାଇବେ ନାହିଁ ବୋଲି ମହାସଂଘର ସଭାପତି ଶିଶିର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିବା ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବିପିନ ବିହାରୀ ସାହୁ, ଗୋପାଳକୃଷ୍ଣ ସାମନ୍ତରାୟ, ବିଶ୍ୱଜିତ୍‍ ମହାପାତ୍ର, ବିଜୟ କୁମାର ସାହୁ, ବଟକୃଷ୍ଣ ବେହେରା, ପ୍ରଶାନ୍ତ ଦାସ ପ୍ରମୁଖ ସଦସ୍ୟମାନେ ଆଲୋଚନା କରିଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories