www.samajalive.in
Friday, December 12, 2025
19.1 C
Bhubaneswar

ବିପୁଳ ପରିମାଣରେ ଗଂଜେଇ ଜବତ, ମ୍ୟାସ୍କପିକଅପ ଭ୍ୟାନ ସହ ଦୁଇ ଗିରଫ

ବୌଦ୍ଧ : ବୌଦ୍ଧ ଜିଲା ଗଂଜେଇ ଚାଷ ଓ କାରବାରର ପେଣ୍ଠସ୍ଥଳି ପାଲଟିଛି। ଜିଲାର ଗଂଜେଇର ଚାହିଦା ରାଜ୍ୟ ଓ ରାଜ୍ୟ ବାହାରରେ ଥିବାରୁ ପ୍ରତ୍ୟହ ବିପୁଳ ପରିମାଣରେ ଗଂଜେଇ ଜିଲାରୁ ଚାଲାଣ ହୋଇଆସୁଛି। କିନ୍ତୁ ଜିଲାରେ ନୁତନ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଗତ ୧୨ ତାରିଖରେ ଯୋଗ ଦେବାପରେ ଜିଲାରେ ପ୍ରତିଦିନ ଗଂଜେଇ ଚାଲାଣବେଳେ ଧରାପଡୁଥିବା ଦେଖିବାକୁ ମିଳିଛି। ଜିଲାର ୪ ଗୋଟି ଥାନା ବୌଦ୍ଧ, , ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟମାଳ ଥାନା ଅଞ୍ଚଳରେ ବ୍ୟାପକ ଗଂଜେଇ ଚାଷ ହୋଇଆସୁଥିବାବେଳେ ବର୍ତ୍ତମାନ ସେଗୁଡିକ ମାଫିଆମାନଙ୍କ ଦ୍ୱାରା ଚାଲାଣ କରାଯାଉଛି। ଏଣୁ ବର୍ତ୍ତମାନ ପ୍ରତିଦିନ ଗଂଜେଇ ଚାଲାଣକାରୀ ଧରାପଡୁଛନ୍ତି। ନୁତନ ଆରକ୍ଷୀ ଅଧିକ୍ଷକ ଶ୍ରୀମହାନ୍ତି ଯୋଗଦେବା ପରେ ଥାନା ଗୁଡିକ ପକ୍ଷରୁ ଗଂଜେଇ ଚାଲାଣକାରୀଙ୍କୁ ଧରିବାକୁ ଏକପ୍ରକାର ପ୍ରତିଯୋଗିତା ହୋଇଥିବା ମନେହୁଏ। ଗତ ଶନିବାର ଦିନ ମନମୁଣ୍ଡା ପୋଲିସ ପକ୍ଷରୁ ଏକ ରସୁଣ ବୋଝେଇ ମିନିଟ୍ରକରେ ୨ କ୍ୟୁଣ୍ଟାଲରୁ ଅଧିକ ଗଂଜେଇ ଚାଲାଣ ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ପୁଣିଥରେ ବୌଦ୍ଧ ପୋଲିସ ୪ କ୍ୟୁଣ୍ଟାଲରୁ ଅଧିକ ଗଂଜେଇ ଜବତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

 

- Advertisement -

ପୁଲିସ ସୁତ୍ରରୁ ମିଳିଥିବା ସୁଚନା ମୁତାବକ ଗୁନ୍ଦୁଲିଆ ଅଞ୍ଚଳରୁ ବିପୁଳ ପରିମାଣରେ ଗଂଜେଇ ବାହରକୁ ଚାଲାଣ କରାଯାଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା। ଏନେଇ ପୋଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇ ଗଂଜେଇ ଚାଲାଣକାରୀଙ୍କୁ ଧରିବାକୂ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଏକ ମ୍ୟାସ୍କ ପିକଅପ ଭ୍ୟାନ( ଓଡି- ୦୩ ଏସ ୧୬୫୧) ରେ ଗଂଜେଇ ଭର୍ତ୍ତି ହୋଇ ଗୁନ୍ଦୁଳିଆ ପଟୁ ବାଉଁଶୁଣୀ ଆଡକୁ ଯାଉଥିବା ଜଣାପଡିବା ପରେ ପୋଲିସ ପକ୍ଷରୁ ଉକ୍ତ ରାସ୍ତାର ଖଜୁରୀପଡା ଛକ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡିର ଡାଲାରେ ୧୨ ଗୋଟି ବସ୍ତାରେ ଗଂଜେଇ ବସ୍ତାସବୁ ଭର୍ତ୍ତି ହୋଇଥିବାବେଳେ ପୋଲିସ ପକ୍ଷରୁ ଉକ୍ତ ଗଂଜେଇ ଗୁଡିକ ଜବତ କରିବା ସହ ଗାଡିକୁ ମଧ୍ୟ ଜବତ କରିଥିଲେ। ଗାଡିରୁ ୪ କ୍ୟୁଣ୍ଟାଲ ୨୫ କେଜି ଗଂଜେଇ ଜବତ କରିବା ସହ ଗାଡିରେ ଥିବା ମନମୁଣ୍ଡା ଥାନା ବଡଜୁନାନୀ ଗ୍ରାମର ରାଜୀବ ମଲିକ (୩୨) ଓ ପଙ୍କୁଆଳପଡା ଗ୍ରାମର ପରମେଶ୍ୱର କର୍ଣ୍ଣ (୩୦)ଙ୍କୁ ଗିରଫ କରାଯାଇଥିଲା। ଏନେଇ ବୌଦ୍ଧ ଥାନା କେସ ନଂ୧୮୨/୨୧ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ରବିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories