www.samajalive.in
Thursday, December 11, 2025
14.1 C
Bhubaneswar

ପ୍ରମୋଦ ଦେଶର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ : ଓଡ଼ିଆ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ତଥା ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତ ବର୍ଷର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି। ୨୦୧୯ ବର୍ଷ ଲାଗି ଘୋଷିତ ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପ୍ରମୋଦଙ୍କୁ ପାରା ବ୍ୟାଡ଼ମିଣ୍ଟନ କ୍ଷେତ୍ରରେ ଅବଦାନ ଲାଗି ମନୋନୟନ କରାଯାଇଛି। କରୋନା ମହାମାରୀ ପାଇଁ ଉକ୍ତ ପୁରସ୍କାର ଘୋଷଣାରେ ବିଳମ୍ବ ହୋଇଛି। ଟୋକିଓ ପାରା ଅଲିମ୍ପିକ୍‌ସ ପୂର୍ବରୁ ଉକ୍ତ ପୁରସ୍କାର ମୋତେ ଉତ୍ସାହିତ କରିବ। ଏବେ ପାରା ଅଲିମ୍ପିକ୍‌ସ ପ୍ରସ୍ତୁତି ଲାଗି କଠିନ ପରିଶ୍ରମ କରୁଛି। ପାରା ଅଲିମ୍ପିକ୍‌ସରେ ପଦକ ଏକମାତ୍ର ଲକ୍ଷ୍ୟ ବୋଲି ପ୍ରମୋଦ କହିଛନ୍ତି। ଚଳିତ ବର୍ଷ ପ୍ରମୋଦ ଦୁବାଇ ପାରା ବ୍ୟାଡମିଣ୍ଟନରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ଅଗଷ୍ଟ ୨୪ରୁ ଆରମ୍ଭ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍‌ସ ଲାଗି ପ୍ରମୋଦ ଏସ୍‌ଏଲ-୩ ପୁରୁଷ ସିଙ୍ଗଲ୍‌ସ୍‌ ବିଭାଗରେ ଯୋଗ୍ୟତା ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ; ଆରପିଏସଜି ଗ୍ରୁପ ଓ ବିରାଟ କୋହଲିଙ୍କ ଦ୍ବାରା ପରିଚାଳିତ ୨୦୧୭ରୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଉଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories