www.samajalive.in
Saturday, December 13, 2025
27.1 C
Bhubaneswar

ରାଜ୍ୟରେ ବାଘ ଗଣନା ଆରମ୍ଭ

ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଛି ବାଘ ଗଣନା। ଚଳିତ ବର୍ଷ ୨୦ଟି ମଣ୍ଡଳରେ ବାଘ ଗଣନା କରାଯିବ। ଶିମିଳିପାଳ ଓ ସାତକୋଶିଆ ସହିତ ସୁନାବେଡ଼ା ଅଭୟାରଣ୍ୟକୁ ଏଥିରେ ସାମିଲ କରାଯିବ। ଫଳରେ ରାଜ୍ୟରେ ଅଧିକ ସଂଖ୍ୟକ ବାଘ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ରାଜ୍ୟ ବନ ବିଭାଗ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଅଧିକାରୀମାନେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।
ପୂର୍ବରୁ ରାଜ୍ୟର ୧୫ଟି ମଣ୍ଡଳରେ ବାଘ ଗଣନା କରାଯାଉଥିଲାବେଳେ ୨୦୧୪ରୁ ରାଜ୍ୟରେ ବାଘ ସଂଖ୍ୟାରେ ବୃଦ୍ଧି ଦେଖାଯାଇନି। ସେହିବର୍ଷ ରାଜ୍ୟରେ ୨୮ ଟି ବାଘ ଥିବା ଗଣନାରୁ ଜଣାପଡ଼ିଥିଲା। ୨୦୧୮ରେ ମଧ୍ୟ ସେହି ସଂଖ୍ୟକ ବାଘ ଦେଖାଯାଇଥିଲା। ବାଘ ଗଣନା ପାଇଁ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟରେ ଫଟୋ ଉତ୍ତୋଳନ ମାଧ୍ୟମରେ ଗଣତି କରାଯିବ। ଏଥିପାଇଁ ରାଜ୍ୟରେ ପାଖାପାଖି ୮୦୦ ଫଟୋ ଉତ୍ତୋଳନ ଯନ୍ତ୍ର (କ୍ୟାମେରା) ଲଗାଯାଇଛି। ଏ ସମସ୍ତ ତଥ୍ୟକୁ ତର୍ଜମା କରିବା ପରେ ଆସନ୍ତା ବର୍ଷ ରାଜ୍ୟରେ ବାଘ ସଂଖ୍ୟା କେତେ ତାହା ଘୋଷଣା କରାଯିବ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories