ସାପ୍ତାହିକ ରାଶିଫଳ ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jul 25, 2021 Share ମେଷ : ରବିବାର ଓ ସୋମବାର ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର ପ୍ରେମରେ ସଫଳତା ପାଇବେ। ଯାତ୍ରା ଅନୁକୂଳ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଗୁରୁବାର ଓ ଶୁକ୍ରବାର ଯାତ୍ରା ଜନିତ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଆଘାତ ଲାଗିପାରେ। ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପଦ ମର୍ଯ୍ୟାଦା ବୃଦ୍ଧି କରିବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ। ବୃଷ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଲାଭବାନ ହେବେ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ କରିବା ବାଞ୍ଛନୀୟ। ନୂତନ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ପ୍ରୀତିଲାଭ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ତତ୍ପୁରୁଷାୟ ବିହ୍ମହେ ମହାଦେବାୟ ଧୀମହି ତନ୍ନୋରୁଦ୍ର ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ। ମିଥୁନ : ରବିବାର ଓ ସୋମବାର ଚିଡ଼ିଚିଡ଼ା ସ୍ବଭାବ ପ୍ରକାଶିତ ହେବ। ମାନସିକ ଅବସାଦ ଦେଖାଦେଇପାରେ। ମଙ୍ଗଳବାର ଓ ବୁଧବାର ସନ୍ତାନ ହେତୁକ ଚିନ୍ତା ଦେଖାଦେବ। ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତା କରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବନ୍ଧୁବାନ୍ଧବଙ୍କ ସହଯୋଗ ଲୋଡ଼ିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା ସହସ୍ର ନାମ ପାଠ କରନ୍ତୁ। କର୍କଟ : ରବିବାର ଓ ସୋମବାର ନୂତନ ବନ୍ଧୁଲାଭ କରିବେ। ଦୂରଦେଶକୁ ଯାତ୍ରା କରିପାରନ୍ତି। ଭାଇଙ୍କ ସହଯୋଗ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବେ। ଶତ୍ରୁଦ୍ବାରା ପରାଭୂତ ହେବେ। ବ୍ୟୟ ଅଧିକ ହେବ। ଦ୍ରବ୍ୟ ଚୋରି ହୋଇପାରେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗା ସହସ୍ର ନାମ ପାଠ କରନ୍ତୁ। ସିଂହ : ରବିବାର ଓ ସୋମବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ପଦୋନ୍ନତି ମିଳିପାରେ। ବ୍ୟବସାୟରେ ଲାଭବାନ ହେବେ। ଆୟ ବୃଦ୍ଧି ହେବ। ଗୁରୁବାର ଓ ଶୁକ୍ରବାର ଯାତ୍ରାକାଳୀନ ସମସ୍ୟା ଦେଖାଦେବ। ଯାତ୍ରା ସ୍ଥଗିତ ରଖିବା ଭଲ। ଶନିବାର ଆୟ ମଧ୍ୟମ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। କନ୍ୟା : ରବିବାର ଓ ସୋମବାର ଶ୍ରୀଯୁକ୍ତ ହେବେ। ଆର୍ଥିକ ସମସ୍ୟା ଦୂରୀଭୁତ ହେବ। ମଙ୍ଗଳବାର ଓ ବୁଧବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସାବଧାନତା ଲୋଡ଼ା। ଅଯଥା କଥାରେ ଅପମାନିତ ହୋଇପାରନ୍ତି। ଗୁରୁବାର ଓ ଶୁକ୍ରବାର ସୁସମ୍ବାଦ ପ୍ରାପ୍ତ ହେବ। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କାଟିବେ। ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ। Related Posts ୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁପଡିଲେ… May 7, 2024 ଭୁଲରେ ବି ଏହି ମନ୍ଦିରକୁ ଯାଆନ୍ତୁନି ବିବାହିତ… May 7, 2024 ତୁଳା : ରବିବାର ଓ ସୋମବାର ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେଇପାରେ। ମଙ୍ଗଳବାର ଓ ବୁଧବାର ଜମିବାଡ଼ି କ୍ରୟ କରିପାରନ୍ତି। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ଗୁରୁବାର ଓ ଶୁକ୍ରବାର ଭାବିଚିନ୍ତି କାର୍ଯ୍ୟ କରିବା ଏବାନ୍ତ ଆବଶ୍ୟକ ନଚେତ୍ ବିବାଦର ସମ୍ମୁଖୀନ ହେବେ। ଶନିବାର ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମ ଅନୁସାରେ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ। ବିଛା : ରବିବାର ଓ ସୋମବାର ଦୂରଯାତ୍ରା କରିପାରନ୍ତି। ଯାନବାହନ କିଣାକିଣି କରିବେ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବା ଆବଶ୍ୟକ। ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ଲାଭ କରିବେ। ସୃଜନଶୀଳ ପ୍ରତିଭାର ବିକାଶ ହେବ। ଶନିବାର କର୍ମବନ୍ଧନ େଯାଗ ପ୍ରାପ୍ତ ହେବ। ବ୍ୟବସାୟରେ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କ ମନ୍ତ୍ର ଜପ କରନ୍ତୁ। ଧନୁ : ରବିବାର ଓ ସୋମବାର ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖାଦେଇପାରେ। ମଙ୍ଗଳବାର ଓ ବୁଧବାର ଅଟକିଥିବା କାର୍ଯ୍ୟ ସାରିବା ପାଇଁ ଚେଷ୍ଟା କରିବେ। ଆର୍ଥିକ ସ୍ଥିତି ଉନ୍ନତି ପରିଲକ୍ଷିତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗାଷ୍ଟକ ପାଠ କରନ୍ତୁ। ମକର : ରବିବାର ଓ ସୋମବାର କାର୍ଯ୍ୟସିଦ୍ଧି ହେବ। ସନ୍ତାନ ଲାଭ କରିପାରନ୍ତି। ମଙ୍ଗଳବାର ଓ ବୁଧବାର ଯାତ୍ରାଜନିତ ସମସ୍ୟା ଦେଖାଦେବ। ଆଘାତ ଲାଗିପାରେ। ଆର୍ଥିକ ଅନଟନ ଦେଖାଦେବ। ଗୁରୁବାର ଓ ଶୁକ୍ରବାର ଭ୍ରମଣପ୍ରିୟ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଶନିବାର ଆଚାର ଓ ବ୍ୟବହାରରେ ସଂଯମୀ ହେବା ଆବଶ୍ୟକ। ମହିଳା ଓ ବିଦ୍ୟାର୍ଥୀମାନେ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। କୁମ୍ଭ : ରବିବାର ଓ ସୋମବାର ଶତ୍ରୁ ଦମନରେ ସଫଳତା ଲାଭ କରିବେ। ମାଲିମକଦ୍ଦମାରେ ବିଜୟୀ ହେବେ। ମଙ୍ଗଳବାର ଓ ବୁଧବାର ସନ୍ତାନ ହେତୁକ ଚିନ୍ତା ଦେଖାଦେବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ମୀନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆନନ୍ଦଚିତ୍ତ ହେବେ। ନୂତନ ବ୍ୟବସାୟ ଆରମ୍ଭ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଆର୍ଥିକ ସମସ୍ୟା ଦୂର ହେବ। ବୁଧବାର ଓ ଗୁରୁବାର ଶତ୍ରୁକୁ ପରାସ୍ତ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ଦୂରଯାତ୍ରା କରିବେ। ପାରିବାରିକ ଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ତନ ପାଇଁ ଦୁର୍ଗା ସହସ୍ରନାମ ପାଠ କରନ୍ତୁ। 25th July 2021odia newsweekly horoscop Share FacebookTwitterWhatsApp
Comments are closed.