www.samajalive.in
Saturday, December 6, 2025
15.1 C
Bhubaneswar

ଚୀନରେ ତାଣ୍ଡବ ରଚିଲା ବନ୍ୟା: ୩୩ ମୃତ, ଜଳ ନିଷ୍କାସନ ପାଇଁ ଡ୍ୟାମ୍‌ ଭାଙ୍ଗିଲା ଚୀନ ସେନା

ବେଜିଂ: ଚୀନରେ ପ୍ରବଳ ବର୍ଷା ଯୋଗୁଁ ହେନାନ ପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ବନ୍ୟା ପ୍ରଭାବିତ ହେନାନ ପ୍ରଦେଶରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ବନ୍ୟାଜଳ ନିଷ୍କାସନ ପାଇଁ ଚୀନ ସେନା ବାହିନୀ ଏକ ଡ୍ୟାମକୁ ଉଡ଼ାଇ ଦେଇଛନ୍ତି।

ଚାଇନାରେ ହୋଇଥିବା ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧.୨୨ ବିଲିୟନ ୟୁଆ (୧୮୯ ମିଲିୟନ ଡ଼ଲାର)ଅର୍ଥନୈତିକ କ୍ଷତି ଘଟିଛି ବୋଲି ସମ୍ବାଦ ସରବରାହ ସଂସ୍ଥା ଜିନହୁଆ ସୂଚନା ଦେଇଛି। ଜିନଜିଆଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ବୁଧବାର ବିଳମ୍ବିତ ରାତି ସୁଦ୍ଧା ୪୭୦,୦୦୦ ରୁ ଅଧିକ ଲୋକ ଏବଂ ୫୫,୦୦୦ ହେକ୍ଟରରୁ ଅଧିକ ଫସଲ ପ୍ରଭାବିତ ହୋଇଛି। ୭୬,୦୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣାଯାଇଛି।

- Advertisement -

ହେନାନର ରାଜଧାନୀ ଝେଙ୍ଗଝୁରେ ୨୪ ଘଣ୍ଟାରେ ରେକର୍ଡ ୪୫୭.୫ ମିଲିମିଟର ବର୍ଷା ହୋଇଛି । ବନ୍ୟା ଯୋଗୁଁ ସମଗ୍ର ମହାନଗରଟି ଜଳମଗ୍ନ ହୋଇଯାଇଛି । ବିଭିନ୍ନ ସର୍ବସାଧରଣ ସ୍ଥାନ, ଟନେଲ, ମେଟ୍ରୋ ରେଳ ଷ୍ଟେସନ, ସବଓ୍ବେ ଆଦିରେ ପାଣି ପଶିଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories