www.samajalive.in
Saturday, December 6, 2025
17.1 C
Bhubaneswar

ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବମ୍ୟାନେଜ୍‌ମେଣ୍ଟ ଆପ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ େୱବ୍‌ଭିତ୍ତିକ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, ବିଭିନ୍ନ ଦେୟ ସଂଗ୍ରହ, ସବ୍‌ସିଡି ପରିଚାଳନା ଓ ଆପତ୍ତି-ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତରିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ୱୟଂକ୍ରିୟ ସେବା ପ୍ରଦାନ କରିବ ।
କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଆପ୍‌ର ଶୁଭାରମ୍ଭ କରି ସରକାରଙ୍କ ପ୍ରଶାସନିକ ପରିଚାଳନା ନିମନ୍ତେ ୫-‘ଟି’ ଉପକ୍ରମରେ ରହିଥିବା ସ୍ୱଚ୍ଛତାକୁ ଏହା ଗୁରୁତ୍ୱ ଦେବ ବୋଲି ପ୍ରକାଶ କରିଛନ୍ତି । ବିଭିନ୍ନ ଅଫିସ୍‌ ପରିଚାଳନା ବ୍ୟବସ୍ଥାରେ ଏହି ଆପ୍‌ ତା’ର ପାରଦର୍ଶୀ ସହଯୋଗ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକଟ କରିବା ସହିତ ଓକାକ୍‌ ଟାୱାରରୁ କାର୍ଯ୍ୟକରୁଥିବା ବିଭିନ୍ନ ଆଇଟି କମ୍ପାନୀଗୁଡ଼ିକର ଆସ୍ଥା ବୃଦ୍ଧିରେ ଏହି ୱେବଭିତ୍ତିକ ଆପ୍‌ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ।
ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କହିଛନ୍ତି ଯେ ଏହି ଆପ୍‌ ଫଳରେ ଏକ ବ୍ୟସ୍ତବହୁଳ ପରିବେଶରେ ଉପଯୁକ୍ତ ସୁବିଧା ସହିତ ସେବାଯୋଗାଣର ଏକ ସମର୍ଥ ପାରିପାଶ୍ୱର୍କ ସ୍ଥିତି ସୃଷ୍ଟି ହୋଇପାରିବ । ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ଏକ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ନିମନ୍ତେ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ପ୍ରକାଶ କରିଛନ୍ତି।

ପୂର୍ବରୁ ଅନେକ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜଟିଳ ପ୍ରକ୍ରିୟାକୁ ପ୍ରତିହତ କରି ଏହି ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ସେଗୁଡ଼ିକୁ ସ୍ୱୟଂକି୍ରୟ କରିବ । ବର୍ତ୍ତମାନ ଏହି ଆପ୍‌ ଜରିଆରେ ସ୍ଥାନ ପରିଚାଳନା, ସ୍ଥାନ ଆବଣ୍ଟନ, ଆର୍ଥିକ ଦେୟ ହିସାବ, ମାସିକ ଆବଶ୍ୟକତାର ଉପଲବ୍ଧି, ଅନ୍‌ଲାଇନ୍‌ ଦେୟପ୍ରଦାନ ସୁବିଧା, ସବ୍‌ସିଡି ପରିଚାଳନା, ଓକାକ୍‌ ତଥା ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ଯୋଗାଯୋଗ ଏବଂ ଅନ୍‌ଲାଇନ ଆପତ୍ତି-ଅଭିଯୋଗ ପରିଚାଳନା ଇତ୍ୟାଦି ସ୍ୱୟଂକ୍ରିୟ ହୋଇପାରିବ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories