www.samajalive.in
Monday, December 15, 2025
17.1 C
Bhubaneswar

ପୂର୍ବତନ ମନ୍ତ୍ରୀଙ୍କ କୁଳାଙ୍ଗାର ପୁଅ: ୨ଶହ ଯୁବତୀଙ୍କୁ ଯୌନ ନିର୍ଯାତନା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଜମ୍ମୁ: ଜମ୍ମୁର ଦୋମାନା ପୁଲିସ ୬ ମାସ ପୂର୍ବ ଦୁଷ୍କର୍ମ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ପୂର୍ବତନ ମନ୍ତ୍ରୀ ଅବଦୁଲ ଗନୀ ବକିଲଙ୍କ ପୁଅ ଆବିଦ ଗନୀ ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ଆବିଦଙ୍କ ବିରୋଧରେ ବେଙ୍ଗାଲୁରୁରେ ମଧ୍ୟ ଦୁଷ୍କର୍ମ ମାମଲା ଦାୟର ହୋଇଛି। ପୁଲିସ ଏହା ମଧ୍ୟ କହିଛି ଯେ, ବେଙ୍ଗାଲୁରୁରେ ମନ୍ତ୍ରୀଙ୍କ ପୁଅ ୨୦୦ ଯୁବତୀଙ୍କ ସହ ଯୌନ ନିର୍ଯାତନା ଦେଇଛନ୍ତି। ବେଙ୍ଗାଲୁରୁ ପୁଲିସ ସମ୍ମୁଖରେ ସେ ନିଜେ ଏହା ସ୍ୱୀକାର କରିଥିଲେ।

ସୂଚନା ଅନୁସାରେ, ଦୋମାନା ଅଞ୍ଚଳର ଉକ୍ତ ଛାତ୍ରୀଜଣକ ଏକ କ୍ରୀଡ଼ା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯାଇଥିଲେ। କାର୍ଯ୍ୟକ୍ରମ ସରିବାରେ ପରେ ଛାତ୍ରୀ ଘରକୁ ଯିବା ସମୟରେ ଆବିଦ ନିଜ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଅଟକାଇଥିଲେ। ଏହାପରେ କହିଥିଲେ ଯେ, ଛାତ୍ରୀଙ୍କ ବାପା ତାଙ୍କ ବନ୍ଧୁ ଓ ସେ ତାଙ୍କୁ ନେବାକୁ ପଠାଇଛନ୍ତି। ଛାତ୍ରୀଜଣକ ଅଭିଯୁକ୍ତ ସହ କାରରେ ବସିଥିଲେ। ଏହାପରେ ସେ ପୀଡ଼ିତାଙ୍କୁ ତାଲାବ ତିଲ୍ଲୋ ସ୍ଥିତ ତାଙ୍କ କ୍ୱାର୍ଟରକୁ ନେଇ ଦୁଷ୍କର୍ମ କରିଥିଲେ।

- Advertisement -

ମନ୍ତ୍ରୀଙ୍କ ପୁଅ ହୋଇଥିବାରୁ ଦୀର୍ଘ ୬ ମାସ ଏହି ମାମଲା ଦବି ରହିଥିଲା। ଏବେ ଏହି ମାମଲା ସାମ୍ନାକୁ ଆସିଲା ଓ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସୋମବାର ଏନେଇ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଗତ ମାସ ପୁଲିସ କାଶ୍ମୀରର ସୋପୋର ସ୍ଥିତ ଘରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆବିଦ ଗନୀ ନିଜ ପିତା ଅବଦୁଲ ଗନୀ ବକିଲଙ୍କ ସହ ତାଙ୍କ ଘରେ ରହୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories