ପଟଣା : ସାହାରପଡା ବ୍ଲକ ଉଦୟପୁର ଠାରେ ଏକ ନୂତନ ଏଟିଏମ ଉଦଘାଟିତ ହୋଇ ଅଛି।ଏହି କାର୍ୟ୍ୟକ୍ରମ ରେ ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଶ୍ରୀକାନ୍ତ ପରିଡା ଫିତା କାଟି ଏହାର ଶୁଭାରମ୍ଭ କରିଥିଲେ।ଉଦୟପୁର ଓ ଏହାର ଆଖପାଖ ଅଞ୍ଚଳରେ ଏଟିଏମ ସୁବିଧା ନଥିବାରୁ ଲୋକଙ୍କୁ ଟଙ୍କା ଉଠାଇବାକୁ ସାହାରପଡା ଓ କରଞ୍ଜିଆ ଯିବାକୁ ପଡ଼ୁଥିଲା।ଏଠାରେ ଏଟିଏମ ସ୍ଥାପନ ପରେ ହାତ ପାହାନ୍ତାରେ ଏଟିଏମ ସୁବିଧା ମିଳି ପାରିବ ବୋଲି ଏହାର ସତ୍ତ୍ଵାଧିକାରୀ ସୁମିତ ପରିଡା କହିଛନ୍ତି।ଏଟିଏମ ରୁ ସମସ୍ତ ବ୍ୟାଙ୍କର ଜମା ଖାତାଧାରୀ ମାନେ ନିଶୁଳ୍କ ଟଙ୍କା ଉଠାଇ ପାରିବା ସହ ୨୪ ଘଣ୍ଟିଆ ସେବା ପ୍ରଦାନ କରାଯିବ ବୋଲି କମ୍ପାନୀର ଅଧିକାରୀ ମାନେ ପ୍ରକାଶ କରିଛନ୍ତି।କାର୍ୟ୍ୟକ୍ରମରେ ମା ଅନ୍ଧାରୀ ଇଂଡେନ ଗ୍ୟାସର ମାଲିକ ତାରିଣୀ ପ୍ରସାଦ ସିଂହ,ଅଶୋକ ପରିଡ଼ା,ଗୋପବନ୍ଧୁ ବିଶ୍ୱାଳ,ଅଭିଳାଷ ପରିଡା ଓ ଆଦିତ୍ୟ ବଘେଲ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



