www.samajalive.in
Sunday, December 7, 2025
18.1 C
Bhubaneswar

ବଦଳିବ ବିଦ୍ୟାଳୟର ଢାଞ୍ଚା ; ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟାଙ୍କ ରାମନାଗୁଡା ବିଦ୍ୟାଳୟ ପରିଦର୍ଶନ

ରାମନାଗୁଡା : ରାୟଗଡ଼ା ଜିଲ୍ଲାରାମନାଗୁଡା ଉଚ୍ଚ ବିଦ୍ୟାଳୟରେ ନିର୍ମାଣଧିନ ଆଧୁନିକକରଣ କାର୍ୟ୍ୟ ପରିଦର୍ଶନ କରିବା ପାଇଁ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ ଓ ବିଜେଡି ଜିଲ୍ଲା ସଂପାଦକ ଗଗନ ଆଚାର୍ୟ୍ୟ ଆସି ବିଦ୍ୟାଳୟ ନିର୍ମାଣ କାର୍ୟ୍ୟ ବୁଲି ଦେଖିଛନ୍ତି।ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବିଦ୍ୟାଳୟ ସମେତ ବିଦ୍ୟାଳୟର ଆଧୁନିକକରଣ କାର୍ୟ୍ୟ ଚାଲୁ ରହିଥିବା ବେଳେ ଏହି ପ୍ରରିପ୍ରେକ୍ଷୀରେ ରାମନାଗୁଡା ବ୍ଲକ ପାର୍ଶ୍ବରେ ରହିଥିବା ରାମନାଗୁଡା ଅଞ୍ଚଳର ୧୯୮୦ମସିହାରେ ସ୍ଥାପିତ ଏହି ସର୍ବପୁରାତନ ବିଦ୍ୟାଳୟର ଆଧୁନିକକରଣ କାର୍ୟ୍ୟ ବ୍ଲକ ତରଫରୁ ହାତକୁ ନିଆଯାଇଥିବା ବେଳେ ଅଞ୍ଚଳବାସୀଙ୍କ ମନରେ ନୂତନ ଆଶାର ସଞ୍ଚାର ହେଵା ସଙ୍ଗେ ସଙ୍ଗେ ଆନନ୍ଦ ଖେଳିଯାଇଛି।
ଏହି ବିଦ୍ୟାଳୟର ଉନ୍ନତିମୂଳକ କାର୍ୟ୍ୟ ପାଇଁ ୩ଗୋଟି କ୍ଲାସରୁମ ଓ ବିଶୋଧିତ ପାନୀୟ ଜଳରବ୍ୟବସ୍ତା ଏବଂ ଉନ୍ନତମାନର ଶୈଚାଳୟ, ବିଜ୍ଞାନଗାର,ଲାଇବ୍ରେରୀ, ଖେଳପଡିଆ ସହ ପାରିପାର୍ଶ୍ବିକ ଉନ୍ନତି କରଣର ବ୍ୟବସ୍ଥା ମଧ୍ୟ କରାଯିବ।ଏହି କାର୍ୟ୍ୟ ସକାଶେ ପ୍ରାରମ୍ଭିକ ଅଟକଳ ମୂଲ୍ୟ ୮୦ଲକ୍ଷଟଙ୍କା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ମୋ ସ୍କୁଲ ଯୋଜନାରୁ ୪୫ଲକ୍ଷଟଙ୍କା ଏବଂ ଏସ ଏଫ ସି ଅନୁଦାନ ୬ଲକ୍ଷଟଙ୍କା ପ୍ରାପ୍ତ ହୋଇଥିବା ଜଣାପଡିଛି।ତେବେ ଅଧିକ ଅନୁଦାନ ଅର୍ଥ ଆବଶ୍ୟକତା ରହିଥିବାରୁ ଏଥିପାଇଁ ସାଂସଦ ଠାରୁ ବିଧାୟକ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ସାମୁହିକ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି। ଏହି ପରିଦର୍ଶନ ବେଳ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ବିଦ୍ୟାଳୟ ପ୍ରଗତି ଦେଖି ଆନନ୍ଦିତ ହେବା ସହ ନିଜେ ନିଜ ଯେତେ ବଡ଼ ପଦବୀ ଥାଉ ନା କାହିଁକି ନିଜେ ନିଜ ବିଦ୍ୟାଳୟ ପାଇଁ ସାମୁହିକ ପ୍ରଚେଷ୍ଟା ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଯଥାଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ୟ୍ୟ ଜାରିରହିଥିବାରୁ ଏହି କାର୍ୟ୍ୟ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର,ସହକାରୀ ଯନ୍ତ୍ରୀ ପି କେ ମିଶ୍ର,କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା, ହିମାଂଶୁ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories