www.samajalive.in
Thursday, December 11, 2025
16.1 C
Bhubaneswar

ଦଳଙ୍କ ଛଳ

ଗଣତନ୍ତ୍ରରେ ରାଜନୈତିକ ଦଳଗୁଡ଼ିକର ଭୂମିକା ସର୍ବାଧିକ ମହତ୍ତ୍ବପୂର୍ଣ୍ଣ; ଅଥଚ ସେଗୁଡ଼ିକରେ ଗଣତାନ୍ତ୍ରିକ ମୂଲ୍ୟବୋଧମାନ ଧୀରେଧୀରେ କମିଯାଉଥିବା ଦେଖାଯାଉଛି। ଏପରିକି ସେମାନେ କୌଣସି ନୀତି-ନୈତିକତାର ଧାର୍ ଧାରୁନାହାନ୍ତି। ଏହା ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ସେହି ନୈତିକତାଶୂନ୍ୟ ରାଜନୈତିକ ଦଳଗୁଡ଼ିକ ହିଁ ଗଣତନ୍ତ୍ର ଆଢୁଆଳରେ ଦେଶକୁ ଶାସନ କରନ୍ତି। ଏବେ ଏମାନେ ଖୋଲାଖୋଲି ଅନୈତିକତା ସପକ୍ଷରେ ରହିବାର ଦୁଃସାହସ ମଧ୍ୟ କଲେଣି। ଏହା ଗଣତନ୍ତ୍ର ପାଇଁ କେତେ ଯେ ବିପଜ୍ଜନକ, ତାହା ବୁଝିବାର ବେଳ ଆସିଛି।
ନିର୍ବାଚନ ସଂସ୍କାର ଏଭଳି ଏକ ପ୍ରସଙ୍ଗ, ଯେଉଁଥିରେ ପ୍ରକୃତ ସଂସ୍କାର ଆଣିବାକୁ କୌଣସି ରାଜନୈତିକ ଦଳ ଚାହୁନାହାନ୍ତି। ସେପରି ହେଲେ ନିଜନିଜର ଭେଳା ବୁଡ଼ିଯିବ ବୋଲି ସେମାନଙ୍କର ଆଶଙ୍କା ରହିଛି। ନିର୍ବାଚନ ଖର୍ଚରେ କଟକଣା ଓ ଭୋଟିଂ ମେସିନକୁ ନେଇ ଶାସକ ଓ ବିରୋଧୀ ରାଜନୈତିକ ଦଳଙ୍କ ମଧ୍ୟରେ ଟଣାଓଟରା ଏଭଳି ଏକ ଅନୈତିକ ବାତାବରଣକୁ ଜନ୍ମ ଦେଇଛି। ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଖର୍ଚ ଉପରେ କଟକଣା ରହିଥିଲେ ହେଁ ରାଜନୈତିକ ଦଳ ପାଇଁ ସେଭଳି କୌଣସି ନିର୍ଦିଷ୍ଟ କଟକଣା ନାହିଁ। ଏହି କାରଣରୁ ସେମାନେ ନିର୍ବାଚନ ପ୍ରଚାରରେ ଅସୀମିତ ଅର୍ଥ ପାଣି ଭଳି ଖର୍ଚ କରୁଛନ୍ତି। ଏଭଳି ସେମାନେ କରିପାରୁଛନ୍ତି ଏଇଥିପାଇଁ ଯେ ସେମାନଙ୍କର ସମସ୍ତ ଆୟବ୍ୟୟର ହିସାବ କାହାକୁ ଦେବାକୁ ପଡ଼ୁନାହିଁ। ନିର୍ବାଚନ ଆୟୋଗକୁ ଯେଉଁ ହିସାବ ଦେବାର ବ୍ୟବସ୍ଥା ରହିଛି, ତାହା ନାମକୁ ମାତ୍ର କହିଲେ ଭୁଲ୍ ହେବନାହିଁ; କାରଣ ଏବେ ବି ସେମାନଙ୍କ ଆୟର ସିଂହଭାଗ କେଉଁଠୁ ଆସୁଛି, ତାହା ସେମାନେ ଜଣାଉ ନାହାନ୍ତି କି ସେଭଳି ବ୍ୟବସ୍ଥାଟିଏ କରିବାକୁ ସେମାନେ ମଙ୍ଗୁନାହାନ୍ତି। ଇଲେକ୍‌ଟୋରାଲ୍ ବଣ୍ଡ୍ ଜରିଆରେ ଦଳୀୟ ଚାନ୍ଦା ଗ୍ରହଣ କଲେ ଦୁର୍ନୀତି କମିବ ବୋଲି ବର୍ତ୍ତମାନର କେନ୍ଦ୍ର ସରକାର ଏବଂ ବିଜେପି କହିଆସୁଥିବାବେଳେ ତାହା ଭୁଲ୍‌ ପ୍ରମାଣିତ ହୋଇସାରିଛି। ଏଥିପାଇଁ ସେହି ରାଜନୈତିକ ଦଳମାନେ ହିଁ ବହୁ ଗଳାବାଟ ବାହାର କରିସାରିଛନ୍ତି। ବିଦେଶୀ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ କଟକଣାମୁକ୍ତ କରିବାପାଇଁ ବିଜେପିର କସରତ କଥା କିଏ ନଜାଣେ, ଯାହାକୁ ଅନ୍ୟ ଦଳମାନେ ମଧ୍ୟ ସମର୍ଥନ କରିଛନ୍ତି। ତେଣୁ ରାଜନୈତିକ ଦଳଗୁଡ଼ିକ କଳାଟଙ୍କାରେ ହିଁ ନିର୍ବାଚନ ଲଢ଼ିଆସୁଛନ୍ତି, ଏହାର ପ୍ରମାଣ ଖୋଜିବା ଦରକାର ନାହିଁ।
ସେହିପରି ଇଭିଏମ୍‌ ବଦଳରେ ପୁନଃ ବାଲଟ୍ ପେପର୍ ପ୍ରଚଳନ କରିବା ନେଇ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ଟଣାଓଟରା ବାସ୍ତବିକ ବର୍ତ୍ତମାନ ସମୟର ସବୁଠୁ ବଡ଼ ବିଡ଼ମ୍ବନା। ଏହାକୁ ଦେଖିଲେ ମନେହେଉଛି, ସମସ୍ତେ କେବଳ କ୍ଷମତା ଚାହାନ୍ତି; ନୀତି କି ନୈତିକତା ବଜାୟ ରଖିବା ସେମାନଙ୍କ ଲକ୍ଷ୍ୟ ବହିର୍ଭୂତ। ଯେତେଦିନ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକ ଏଭଳି ଛଳ କରିଆସୁଥିବେ, ସେମାନେ ବିଶ୍ବସ୍ତ ହୋଇପାରିବେ ନାହିଁ। ରାଜନୈତିକ ଦଳଗୁଡ଼ିକ ନିଜ ଆୟବ୍ୟୟର ବିବରଣୀ ଦେଶର ଜନତାଙ୍କୁ ଜଣାଇବା ଆବଶ୍ୟକ। ତାହା ହେଲେ କେବଳ ନିର୍ବାଚନ ସ୍ବଚ୍ଛ ହେବନାହିଁ, ଗଣତନ୍ତ୍ର ମଧ୍ୟ ଅଧିକ ସବଳ ହେବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories