ଅନମୁତି ମିଳିଲା ‌ହେଲେ ଗଡିଲାନି ବସ୍, ଆଜି ବୈଠକ

କଟକ/ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ତାଲାବନ୍ଦ କଟକଣା କୋହଳ କରିଛନ୍ତି। ଏହିକ୍ରମରେ ଶୁକ୍ରବାରଠାରୁ ରାଜ୍ୟରେ ବସ ଚଳାଚଳ ପାଇଁ ସରକାର ଅନୁମତି ପ୍ରଦାନ କରିଥିଲେ। ସରକାରଙ୍କ ଅନୁମତି ସତ୍ତ୍ବେ ବାଦାମବାଡିରୁ ଗୋଟିଏ ବି ଯାତ୍ରୀବାହୀ ବସ ଚଳାଚଳ କରିନାହିଁ। ବିଭିନ୍ନ ସମସ୍ୟା କାରଣରୁ ବସ୍ ଚଳାଇବା ପାଇଁ ମାଲିକମାନେ ରାଜି ହେଉନାହାନ୍ତି।

ପରିବହନ ମନ୍ତ୍ରୀଙ୍କ ସହିତ ମାଲିକମାନଙ୍କ ସହିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ପରେ ବସ୍ ଚଳାଚଳ ସଂକ୍ରାନ୍ତରେ ନିଷ୍ଠତ୍ତି ନିଆଯିବ ବୋଲି ରାଜ୍ୟ ବସ୍ ମାଲିକ ସଂଘ ତରଫରୁ କୁହାଯାଇଛି। ଏପଟେ ବସ୍ ଚଳାଚଳ ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଫେରିଯିବା ଆଶାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ପଡ଼ି ରହିଥିଲେ ହେଁ ବସ୍ ଚଳାଚଳ ନ ହେବାରୁ ନିରାଶ ହୋଇ ଫେରିଯାଇଛନ୍ତି।

Comments are closed.