www.samajalive.in
Saturday, December 6, 2025
23.1 C
Bhubaneswar

ଟୋକିଓ ଅଲିମ୍ପିକ୍ସ ପାଇଁ ଯାଉଥିବା ଭାରତୀୟ ଦଳ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ ୫ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତବିନିମୟ କରିବେ ।

ଖେଳାଳୀମାନଙ୍କ କ୍ରୀଡାରେ ଅବତୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏପରି ବାର୍ତ୍ତା ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ । ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ ।

- Advertisement -

ଏହି ବାର୍ତ୍ତା ବିନିମୟ ସମାରୋହରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତୀଶ ପରମାଣିକ ଓ ଆଇନମନ୍ତ୍ରୀ ଶ୍ରୀ କିରନ୍ ରିଜିଜ୍ଜୁ ମଧ୍ୟ ଯୋଗଦେବେ ।

ଭାରତୀୟ ଦଳ : ୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ ନିମନ୍ତେ ଯାତ୍ରା କରିବେ। ଏଥର ସବୁଠାରୁ ବଡ ଖେଳାଳୀ ଦଳକୁ ଭାରତ ଅଲିମ୍ପିକ୍ସ ନିମନ୍ତେ ପଠାଉଛି। ମୋଟ ୬୯ଟି କ୍ରମବର୍ଦ୍ଧିଷ୍ଣୁ  ଶ୍ରେଣୀରୁ ୧୮ଟିରେ ପ୍ରତିନିଧିତ୍ୱ ମଧ୍ୟ ଦେଶ ପାଇଁ କୌଣସି ଅଲିମ୍ପିକ୍ସ ଦୃଷ୍ଟିରୁ ସର୍ବାଧିକ।

ଅଂଶଗ୍ରହଣ କରୁଥିବା କ୍ରୀଡା ପ୍ରଭାଗରେ କେତେକ ସର୍ବପ୍ରଥମ । ପ୍ରଥମଥର ନିମନ୍ତେ ଇତିହାସରେ ଭାରତୀୟ ଅସୀଚାଳନାକାରୀ (ଭାବନୀ ଦେବୀ) ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି । ଅଲିମ୍ପିକ ନିମନ୍ତେ ଯୋଗ୍ୟତା ହାସଲ କରିବାରେ ନୌଚାଳନାରେ ନେତ୍ରା କୁମାରନ୍ ଭାରତର ପ୍ରଥମ ମହିଳା । ସନ୍ତରଣ ‘କ’ ଶ୍ରେଣୀ ମାନ୍ୟତା ହାସଲ କରି ସଜ୍ଜନ ପ୍ରକାଶ ଓ ଶ୍ରୀହରି ନଟରାଜ ଅଲିମ୍ପିକ୍ସ ନିମନ୍ତେ ଭାରତରୁ ପ୍ରଥମ ସନ୍ତରଣକାରୀ ଭାବେ ଯୋଗ୍ୟତା ହାସଲ କରିଛନ୍ତି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories