www.samajalive.in
Wednesday, December 10, 2025
16.1 C
Bhubaneswar

୨ରୁ ଅଧିକ ପିଲା ଥିଲେ ହୋଇପାରିବେନି ନେତା କି ମିଳିବନି ସରକାରୀ ଚାକିରୀ – ଆସୁଛି ଉତ୍ତରପ୍ରଦେଶ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍

ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ବିଲର ଏକ ଡ୍ରାଫ୍ଟ ଅନୁଯାୟୀ, ଉତ୍ତରପ୍ରଦେଶରେ ଦୁଇ ଶିଶୁ ନୀତି ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା, ସରକାରୀ ଚାକିରିରେ ଆବେଦନ କରିବା କିମ୍ବା ପଦୋନ୍ନତି ପାଇବା ଏବଂ କୌଣସି ପ୍ରକାରର ସରକାରୀ ସବସିଡି ପାଇବାକୁ ବାରଣ କରାଯିବ। ଉତ୍ତରପ୍ରଦେଶ ରାଜ୍ୟ ଆଇନ ଆୟୋଗ କହିଛି ଯେ ଉତ୍ତରପ୍ରଦେଶର ଜନସଂଖ୍ୟା ନିୟନ୍ତ୍ରଣ ବିଲ୍, ୨୦୨୧ ଚିଠା ବିଲର ଏହା ଏକ ଅଂଶ। ରାଜ୍ୟ ଆଇନ ଆୟୋଗ ଏହି ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରିଛି। ଏ ସମ୍ପର୍କରେ ମତାମତ ଦେବା ପାଇଁ ଉତ୍ତରପ୍ରଦେଶ ଜନସାଧାରଣଙ୍କୁ ଜୁଲାଇ ୧୯ ଯାଏଁ ସମୟ ଦିଆଯାଇଛି।

ଏହି ଚିଠା ବିଲରେ ଦୁଇ ଶିଶୁ ନୀତି ଗ୍ରହଣ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ପ୍ରୋତ୍ସାହନ ସ୍ୱରୂପ ପୂର୍ଣ୍ଣ ବେତନ ସହ ୧୨ ମାସର ପିତୃତ୍ୱ ଛୁଟି ଏବଂ ଭତ୍ତା ଓ ଜାତୀୟ ପେନସନ ଯୋଜନା ଅଧୀନରେ ନିଯୁକ୍ତିଦାତା ପାଣ୍ଠିରେ ତିନି ପ୍ରତିଶତ ବୃଦ୍ଧି କରାଯିବ ପାଇଁ ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟାନ୍ୱୟନ ଉଦ୍ଦେଶ୍ୟରେ ଏକ ରାଜ୍ୟ ଜନସଂଖ୍ୟା ପାଣ୍ଠି ଗଠନ କରାଯିବ।

- Advertisement -

ଏହି ଚିଠା ବିଲରେ ଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି କେନ୍ଦ୍ର ପ୍ରତିଷ୍ଠା କରାଯିବ। ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏନଜିଓ ଗର୍ଭନିରୋଧକ ବଟିକା, କଣ୍ଡୋମ ଇତ୍ୟାଦି ବଣ୍ଟନ କରିବେ, ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଙ୍କ ମାଧ୍ୟମରେ ପରିବାର ନିୟୋଜନ ବିଷୟରେ ସଚେତନତା ସୃଷ୍ଟି କରାଯିବ ଏବଂ ଗର୍ଭଧାରଣ, ପ୍ରସବ, ଜନ୍ମ ଏବଂ ମୃତ୍ୟୁର ବାଧ୍ୟତାମୂଳକ ପଞ୍ଜିକରଣ ନିଶ୍ଚିତ କରାଯିବ। ଏହା ଛଡ଼ା ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଜନସଂଖ୍ୟା ନିୟନ୍ତ୍ରଣ ସହ ଜଡିତ ଏକ ବାଧ୍ୟତାମୂଳକ ବିଷୟ ପ୍ରବର୍ତ୍ତନ ସରକାରଙ୍କ କର୍ତ୍ତବ୍ୟ ହେବ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories