www.samajalive.in
Saturday, December 6, 2025
15.1 C
Bhubaneswar

ଦାମୀକାର ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଗୁରୁବାର ରାତିରେ ଜଟଣୀ ଯିବା ରାସ୍ତା ମୁକୁନ୍ଦପ୍ରସାଦ ଠାରେ ଗଞ୍ଜେଇ ନେଇ ଯାଉଥିବା (ଫୋରଡିକନ)ଦାମୀ କାରକୁ ଜବତ କରିଛି। କାର ଭିତରୁ ଦୁଇଟି ପ୍ୟାକେଟରେ ୩୬ କେ.ଜି ୫ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଛି। ଆଜି ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ(ଏସପି) ରାଜ କିଶୋର ଦୋରା ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ଦୋରାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ କନ୍ଧମାଳରୁ ଏକ ଚୋରା ଗଞ୍ଜେଇ ଚାଲାଣକାରୀ ଦଳ କାରରେ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏସଡିପିଓ ସୁଶିଲ ମିଶ୍ର ସୂଚନା ପାଇଥିଲେ। ଏହି କାରକୁ ଠାବ କରିବାକୁ ଆଦର୍ଶ ଥାନା ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇଥିଲା। ମୁକୁନ୍ଦପ୍ରସାଦ ଠାରେ କାର ଧରାପଡିଥିଲା ଯାଂଚ କରିବାରୁ ଦୁଇ ପ୍ୟାକେଟ ଗଞ୍ଜେଇ ବାହାରିଥିଲା। ଜାହାର ବଜାର ଦର ଦୁଇ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ନେଇ ଆସୁଥିବା କନ୍ଧମାଳ ସଦର ଥାନା ଅଂଚଳର ବୋଇଡା ଗ୍ରାମର ଦିଲ୍ଲୀପ କୁମାର ଦିଗଲ ଓ ଟ୍ରସେପଦରର ମିଥୁନ ଦିଗଲ(୨୦। ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଜବତ କରାଯାଇଛି। ଏହି ଦଳରେ ସଂପୃକ୍ତ ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦୋରାଙ୍କ ସହ ଜିଲା ଅରିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ଦାଶ,ଖୋର୍ଦ୍ଧା ଉପଖଣ୍ଡ ପୁଲିସ ଅଧିକାରୀ (ଏସଡିପିଓ) ସୁଶିଲ କୁମାର ମିଶ୍ର,ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories