www.samajalive.in
Saturday, December 6, 2025
23.1 C
Bhubaneswar

ଆବାସ ଯୋଜନାରେ ଅନିୟମିତତା ନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ସର୍କଲର ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ମୋନଜ କୁମାର ସେଠୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ଏକତ୍ରିତ ହୋଇ ସଦର ବ୍ଲକ କୁ ଆସି ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ହେଉଥିବାକୁ ନେଇ ବିଡ଼ିଓ କାଳୁ ଚରଣ ନାୟକଙ୍କ ଜରିଆରେ ରାଜ୍ୟପାଳ ନିକଟକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ୨୦୨୨ମସିହା ସୁଦ୍ଧା ଦେଶର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କାଛାତ ଥିବ, ମଣିଷ ଭଳି ମଣିଷ ହୋଇ ବଞ୍ଚିବା ପାଇଁ ସମସ୍ତ ସାଧନ ସହ ପକ୍କାଘରଟିଏ ଥିବ ଏହା ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ରହିଛି।

ଗରିବ ଲୋକମାନଙ୍କ ପାଇଁ ୨୯.୯୧ ଲକ୍ଷ ପକ୍କାଘର ପାଇଁ ସହାୟତା କେନ୍ଦ୍ର ସରକାର ଦେଇସାରିଛନ୍ତି। ଏବେ ଦେଶରେ ଦ୍ୱିତୀୟ ସର୍ବାଧିକ ୮.୧୭ ଲକ୍ଷ ଘର ପାଇଁ ଅନୁଦାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଭାବେ ଓଡ଼ିଶାକୁ କେନ୍ଦ୍ର ସରକାର ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଯେ ଏହାର ଯଥାର୍ଥ କାର୍ଯ୍ୟାନ୍ନୟନ ନକରି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଓ ଭ୍ରଷ୍ଟାଚାର ବଶବର୍ତ୍ତୀ ହୋଇ ରାଜ୍ୟ ସରକାରଙ୍କ ଜାଣତରେ ବିଭାଗୀୟ ଅଧିକାରୀମାନେ ହିତାଧିକାରୀ ଚୟନ ପ୍ରକ୍ରିୟା ଜାରି ରଖିଛନ୍ତି। ଆବାସ ଯୋଜନାରେ ହୋଇଥିବା ଯେଉଁ ଦୁର୍ନୀତିକୁ ତୁରନ୍ତ ସମାଧାନ କରି ଗରିବ ଶ୍ରେଣୀ ଲୋକଙ୍କୁ ଚୟନ କରି ତୁରନ୍ତ ଘର ଯୋଗାଇ ଦେବା ପାଇଁ ଉଲେଖ କରିଛନ୍ତି। ସ୍ମାରକ ପତ୍ର ପ୍ରଦାନ ବେଳେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ଆଦିବାସୀ ମୋର୍ଚ୍ଚାର ସଭାପତି ଦିଲୀପ ମିଣୀଆକା, କୃଷକ ମର୍ଚ୍ଚା ସଭାପତି ପ୍ରାସ୍କା କାତୁ, ଯୁବ ମୋର୍ଚ୍ଚା ଗୌରାଙ୍ଗ ସାହୁ, ହେମନ୍ତ ସାହୁ, ରବି ବେହେରା, ଶକ୍ତିକେନ୍ଦ୍ର ସଭାପତି ରୁଦ୍ର ଖଣ୍ଡାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories