www.samajalive.in
Saturday, December 6, 2025
26.1 C
Bhubaneswar

ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲ ଦର ବୃଦ୍ଧି ପ୍ରତିବାଦରେ ମାହାଙ୍ଗା କଂଗ୍ରେସ ପକ୍ଷରୁ ଧାରଣା

କୁଆଁପାଳ: କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର କରୋନା ମହାମାରୀ ସମୟରେ ପେଟ୍ରୋଲ, ଗ୍ୟାସ ଓ ଖାଇବା ତୈଳ ସହ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ ଧାନର ଏମଏସପି କମ କରିବା ପ୍ରତିବାଦରେ ଆଜି ମାହାଙ୍ଗା ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମାହାଙ୍ଗା ବ୍ଲକ ସମ୍ମୁଖରେ ପ୍ରତିବାଦ କରିବା ସହ ପାଞ୍ଚ ଘଣ୍ଟିଆ ଧାରଣା ଦେଇଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରେ ଷାଠିଏ ଟଙ୍କା କର ନେଇ ଏହାକୁ ଶହେ ପାର କରିଛନ୍ତି, ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ତିନି ଗୁଣା ହୋଇଛି, ଖାଇବା ତେଲ ୨ ଶହରେ ପହଂଚିବା ସହ ରୋଷେଇ ଗ୍ୟାସ ହଜାରେ ଘରେ ପହଁଚିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଗଣାରେ ଗ୍ୟାସ ଦେଇ ଲୋକଙ୍କୁ ଏବେ ଶୋଷଣ କରିବା ଦ୍ୱାରା ସାଧାରଣ ଲୋକ ଗ୍ୟାସ କିଣିବାକୁ ଅକ୍ଷମ ହୋଇଛନ୍ତି। ରାଜ୍ୟରେ ମନରେଗା ଯୋଜନାରେ ଚଞ୍ଚକତା କରି କରୋନା ସମୟରେ ଜବ କାର୍ଡଧାରୀଙ୍କ ବଦଳରେ ମେସିନରେ କାମକରି ସେମାନଙ୍କ ନାମ ଉଲ୍ଲେଖ କରି ଅର୍ଥ ହଡପ ହେଉଛି।

ମାହାଙ୍ଗାରେ ଆଇନ କାନୁନ ବିପର୍ଯ୍ୟସ୍ତ ହେବାସହ ପୁଲିସ, ବ୍ଲକ ତହସିଲ ଆଦି କାର୍ଯ୍ୟାଳୟର ସରକାରୀ କର୍ମଚାରୀମାନେ ଶାସକ ଦଳର ହାତବାରିସୀ ସାଜି କାମ କରୁଛନ୍ତି ବୋଲି କଂଗ୍ରେସ ନେତା ଦେବେନ୍ଦ୍ର ସାହୁ କହିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଉପରୁ ତୁରନ୍ତ କର ହ୍ରାସ ନକଲେ ଆଗମୀ ଦିନରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଆନ୍ଦୋଳନ କରାଯିବା ସହ ପମ୍ପ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ବ୍ଲକ କଂଗ୍ରେସ ସଭାପତି ଅଲେଖ ପ୍ରସାଦ ସ୍ୱାଇଁ, ସାଲେପୁର ଵାର ଅସୋସେସନର ସମ୍ପାଦକ ଭାସ୍କର ବେହେରା, ଅତରୁଲ ଇସଲାମ, ପ୍ରଦୀପ୍ତ କିଶୋର ଭୂୟାଁ ସୁରେଶ ଦାସ, ଚୈତନ୍ୟ ପାଣି, ଉତ୍ସବ ପରିଡା, ରିତା ରାଣୀ ସାମଲ, ଅଜୟ ରାଉତ ରାୟ, ରଞ୍ଜନ ନାୟକ, ଶଶିଭୂଷଣ ମହାନ୍ତି ସମେତ ବହୁ କଂଗ୍ରେସ ନେତା ଯୋଗଦେଇ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଥିଲେ। ଅନନ୍ତ କୁମାର ଦାସ, ମହେନ୍ଦ୍ର ରାଉତ, ଉମାଶଙ୍କର ମିଶ୍ର, ହଳଧର ସାମଲ, ଧୁଶାସନ ନାୟକ, ସୁନାକାର ବରାଳ, ଜିତେନ୍ଦ୍ର ବେହେରା ଓ ସମରେନ୍ଦ୍ର ମହାନ୍ତି ସମେତ ବହୁ କର୍ମୀ ଧାରଣାରେ ଯୋଗ ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories