www.samajalive.in
Sunday, December 7, 2025
26.1 C
Bhubaneswar

ଜିଲ୍ଲା ପୁଲିସ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନବରଙ୍ଗପୁର  ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମିନାଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ସ୍ଥାନୀୟ ରିଜର୍ଵ ପଡ଼ିଆ ପରିସର ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର , ନବରଙ୍ଗପୁର ଡିଏଫଓ ମଗର ଧlନlଜୀ ରାଉସ , ନବରଙ୍ଗପୁର ଜିଲ୍ଲା ଚିକିତ୍ସା ଅଧିକାରୀ ଶୋଭାରଣୀ ମିଶ୍ର ଯୋଗ ଦେଇ ଏହି ଶିବିରର ଶୁଭ ଉଦଘାଟନ  କରିଥିଲେ ।
ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଆଜି ସକାଳ ୧୦ ଘଣ୍ଟା ସମୟରେ ଏହି ରକ୍ତ ଦାନ ଶିବିର ଆରମ୍ଭ ହୋଇଥିଲା । ଏହି ଶିବିରରେ ବହୁ ପୁଲିସ କର୍ମଚାରୀଙ୍କ ସମେତ ନବରଙ୍ଗପୁରର ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ନବରଙ୍ଗପୁରର ଜନସାଧାରଣ ମଧ୍ୟ ଯୋଗଦେଇ ସ୍ଵତଃ ପ୍ରକୃତ ଭାବେ ରକ୍ତ ଦାନ କରିଥିଲେ ।
ଏହି ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।  ଏହି ଅବସରରେ ଅତିଥି ଗଣ ଉପସ୍ଥିତରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର  ଆୟୋଜିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନାଙ୍କ ସମେତ ,ନବରଙ୍ଗପୁର ଏସ୍ଡିପିଓ ନିହାର ରଞ୍ଜନ ପ୍ରଧାନ , ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ , ଅଶୋକ ଦେଓ , ଅନୀଲ କୁମାର ପୃଷ୍ଟି , ନିହାର ରଞ୍ଜନ ମିଶ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଡଃ ଦେବବ୍ରତ ଡାକୁଆ ଏବଂ ମୁଖ୍ୟ ଡାକ୍ତରଖାନାର ବହୁ କର୍ମଚାରୀ  ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories