www.samajalive.in
Monday, December 8, 2025
14.1 C
Bhubaneswar

ଦୟାନଦୀ ପଠାରୁ ୬୦କେଜି ଓଜନର ବାଲିକଇଁଛ ଉଦ୍ଧାର

ପିପିଲି : ପିପିଲି ଥାନା ପୋପରଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିନ୍ଧା-ରଘୁନାଥପୁର ସନ୍ନିକଟ ଦୟାନଦୀ ପଠାରୁ ସୋମବାର ସକାଳେ ଏକ ୬୦କେଜି ଓଜନର ବାଲିକଇଁଛକୁ ଗ୍ରାମବାସୀଙ୍କ ସହଯୋଗରେ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ୪ଫୁଟ୍‍ ୩ଇଞ୍ଚ ଲମ୍ବ ଓ ୨ଫୁଟ୍‍ ଓସାର ବିଶିଷ୍ଟ ଏହି ବିରାଟ କଇଁଛଟି ନଦୀଜଳରୁ ନଦୀପଠାକୁ ଉଠି ଆସିଥିବା ବେଳେ କଇଁଛଟିକୁ ବୁଲାକୁକୁର ମାନେ ଘେରି ରହିଥିଲେ। ନଦୀକୁ ଗାଧୋଇବାକୁ ଯାଇଥିବା କେତେକ ଗ୍ରାମବାସୀ ଏହାକୁ ଦେଖିବା ପରେ ସେମାନେ କଇଁଛକୁ ଜଗି ରହିବା ସହ ଏ ସଂପର୍କରେ ବାଳକାଟି ସ୍ଥିତ ବନବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ।
ଏତେ ବଡ କଇଁଛକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଅଧିବାସୀଙ୍କ ସେଠାରେ ଭିଡ ଜମିଥିଲା। ବନବିଭାଗ ରେଞ୍ଜର ଜୟକୃଷ୍ଣ ଯଦୁମଣୀ ଦାସଙ୍କ ନିର୍ଦ୍ଦେଶରେ ଫରେଷ୍ଟର ସୁଶାନ୍ତ କୁମାର ସ୍ୱାଇଁ ଓ ଫରେଷ୍ଟଗାର୍ଡ ବିଶ୍ୱ ନାରାୟଣ ମିଶ୍ର ପ୍ରମୁଖ ସେଠାରେ ପହଞ୍ôଚବା ସହ ଗ୍ରାମବାସୀଙ୍କ ସହଯୋଗରେ କଇଁଛକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉକ୍ତ ବାଲିକଇଁଛକୁ ପିପିଲି ସ୍ଥିତ ପଶୁଡାକ୍ତରଖାନାରେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ବନବିଭାଗ ପକ୍ଷରୁ କଟକ ଜୋବ୍ରା ସ୍ଥିତ ମହାନଦୀରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories