www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର,୧୦୯ ୟୁନିଟ ରକ୍ତ ସଂଗ୍ରହ

ବାଙ୍କୀ : ବାଙ୍କୀ-ଡମପଡ଼ା ବ୍ଲକ ତାଳବସ୍ତ ପଞ୍ଚାୟତ ଅଧିନ ତାଳବସ୍ତ ହାଇସ୍କୁଲ ପରିସରରେ ରବିବାର ଦିନ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ-ଡମପଡ଼ା ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ସୌଜନ୍ୟରେ ସଞ୍ଚାଳିତ ରକ୍ତଦାନ ଶିବିରକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉଦ୍ଦ୍‍ଘାଟନ କରିଥିଲେ। କରୋନା ମହାମାରୀର ୨ୟ ଲହର ପରିସ୍ଥିତିରେ ଗୁରୁତର ରୋଗୀ ମାନଙ୍କ ପାଇଁ ଆବଶ୍ୟକ ପଡୁଥିବା ରକ୍ତ ଅଭାବକୁ ପୂରଣ ପାଇଁ ରକ୍ତଦାନ ପରି ଏକ ମହତ କାର୍ଯ୍ୟକୁ ତାଳବସ୍ତ ପଞ୍ଚାୟତର ବିଜୁ ଯୁବ ଛାତ୍ର ଜନତା ଦଳର ସଦସ୍ୟ ମାନେ ଉତ୍ସାହିତ ହୋଇ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଶିବିରରେ କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର ସଞ୍ଚାଳନରେ ୧୦୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ,ପ୍ରଣବ କିଶୋର ପଟେଲ,ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାଷ ପାଢୀ,ପୂର୍ବତନ ଶୀତଳ ଭଣ୍ଡାର ସଭାପତି ଭାଗୀରଥି ପାଣି,ଓକିଲ ସଂଘ ସଭାପତି ଗୈାରୀଶଙ୍କର ନନ୍ଦ ପ୍ରମୁଖ ଯୋଗଦେଇଥିଲେ।

ବିଧାୟକ ଓ ପୂର୍ବତନ ବିଧାୟକ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ଧନ୍ୟବାଦ ପତ୍ର ପ୍ରଦାନ କରିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories