www.samajalive.in
Tuesday, December 9, 2025
23.1 C
Bhubaneswar

ରଶି ଦ୍ୱାରା ଟଙ୍ଗା ହେଇଥିବା ଅବସ୍ଥାରେ ମିଳିଲା ଦାଦନ ଶ୍ରମିକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

କଲମପୁର: କଳାହାଣ୍ଡିରେ ଦାଦନ ସମସ୍ୟା ସମାଧାନ ପରିବର୍ତ୍ତେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କେତେବେଳେ ଦାଦନ ଖଟିବାକୁ ଯାଇ କଳାହାଣ୍ଡିରର ଶ୍ରମିକ ହାତ ଗୋଡ କଟା ହେଇ ଫେରୁଛି ତ କେତେବେଳେ ନିଖୋଜ ହେଇଯାଉଛି। ପୁଣି କେତେବେଳେ ଶ୍ରମିକଙ୍କ ମୃତଦେହ ଫେରୁଛି। ଏବେ ପୁଣି ଜଣେ ଯୁବ ଶ୍ରମିକଙ୍କ ମୃତ ଦେହ ଫେରୁଥିବା ଘଟଣା କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ମିନଗୁର ପଞ୍ଚାୟତ ଅନ୍ତର୍ଗତ ଭଇଁରୀ ଗ୍ରାମର ୰ପ୍ରଭୁଲାଲ ଛତ୍ରିଆଙ୍କ ୨୨ ବର୍ଷିୟ ପୁଅ ପ୍ରଦ୍ୟୁମ୍ନ ଘରେ ଥିବା ବୃଦ୍ଧା ମାଁ ଓ ଭଉଣୀଙ୍କ ଚଳିବା ପାଇଁ ସୁଦୂର ହାଇଦ୍ରାବାଦକୁ ଯାଇ ମେଘା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡରେ କାମ କରୁଥିଲା। କିନ୍ତୁ ଗତ ଶନିବାର ରାତିରେ ସେ ଶୋଇଥିବା ଏକ କୋଠରୀରେ ରଶି ଦ୍ୱାରା ଟଙ୍ଗା ହେଇଥିବା ଅବସ୍ଥାରେ ତାର ମୃତଦେହ ମିଳିଥିଲା। ସାଙ୍ଗରେ ଥିବା କିଛି ଶ୍ରମିକ କମ୍ପାନୀ କର୍ତ୍ତୃପକ୍ଷଙ୍କ ସମେତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଚିକିତ୍ସାଳୟକୁ ପଠାଇଥିଲେ।

 

- Advertisement -

କେଉଁ ପରିସ୍ଥିତିରେ ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ହୋଇଛି, ସେ ଆତ୍ମହତ୍ୟା କରିଛି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ତାହା ତଦନ୍ତ ସାପେକ୍ଷ। ତାଙ୍କୁ କେହି ଦୁର୍ବୁତ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବା ପାଇଁ ଏଭଳି କରିଥାଇପାରେ ବୋଲି ପରିବାର ତରଫରୁ ଅଭିଯୋଗ କରାଯାଉଛି। କମ୍ପାନୀ ତରଫରୁ ଏକ ଆମ୍ବୁଲେନ୍ସ ଯୋଗେ ମୃତକର ଶବକୁ ଗାଁକୁ ଅଣାଯାଉଥିବା ସୂଚନା ମିଳିଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories