www.samajalive.in
Saturday, December 13, 2025
23.1 C
Bhubaneswar

ସ୍ତ୍ରୀ ଶବକୁ କାନ୍ଧରେ ବୋହିବା ଘଟଣା: ନର୍ସ ଓ ସହାୟକ ନିଲମ୍ବିତ, ସହାୟତା କକ୍ଷ କର୍ମଚାରୀ ବହିଷ୍କୃତ

ଫୁଲବାଣୀ: ଡାକ୍ତରଖାନାର ଦୁଇମହଲା କୋଠାରୁ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନେବା ପରେ ତଳ ମହାଲରୁ ଏକ ଷ୍ଟ୍ରେଚରରେ ଘୋଷାରି ଘୋଷାରି ମହାପ୍ରୟାଣ ଗାଡ଼ିରେ ରଖିବା ଘଟଣା ଡାକ୍ତରଖାନା କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ଖବର ପ୍ରକାଶିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଏଭଳି ଅମାନବିକ କାର୍ଯ୍ୟକୁ ବିିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏଭଳି ଏକ ଘଟଣାକୁ କେନ୍ଦ୍ର କରି ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି କନ୍ଧମାଳ ଜିଲାପାଳଙ୍କ ନିର୍ଦେଶରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡ଼ା ରାଜଶ୍ରୀ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଜିଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫନର୍ସ ମାନିନି ପାତ୍ର ଓ ସହାୟିକା ପ୍ରିୟଙ୍କା ମୁଖିଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ବେଳେ ସହାୟତା କକ୍ଷର କର୍ମଚାରୀ ଅଜିତ କୁମାର କହଁରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଭବିଷ୍ୟତରେ ଏଭଳି ଅମାନବୀୟ ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସବୁ କର୍ମଚାରୀଙ୍କୁ ସତର୍କ କରାଇ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କ ପ୍ରକୋଷ୍ଠରେ ରୁଦ୍ଧଦ୍ବାର ବୈଠକ ବସିଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଉପରୋକ୍ତ ତିନିଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ବଡ଼ ବଡ଼ିଆଙ୍କୁ ଛାଡି ଦିଆଯାଇଛି। ଡାକ୍ତରଖାନା ପରିଚାଳକ କାହିଁକି ଦାୟୀ ହେବେ ନାହିଁ ବୋଲି କଂଗ୍ରେସ ଯୁବନେତା ବସନ୍ତ ପାଢୀ ପ୍ରଶ୍ନ କରିଛନ୍ତି। ସଦରମହକୁମାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ମଚାରୀଙ୍କ ଅସଲ ରୂପ ପଦାକୁ ଆସିଥିବାରୁ ଜିଲାର ଦୁର୍ଗମାଞ୍ଚଳରେ କିଭଳି ଭାବେ ରୋଗୀ ସେବା ପାଉଥିବେ ତାହା ସହଜେ ଅନୁମେୟ ବୋଲି ସ୍ୱେଚ୍ଛାସେବୀ ଅଶୋକ ପରିଡ଼ା କହିଛନ୍ତି।

- Advertisement -

ଜଣେ ଗରିବ ଅସହାୟ ବ୍ୟକ୍ତି ଦେଢବର୍ଷର ଶିଶୁକୁ ଚଟାଣରେ ଗଡ଼ାଇ ଦେଇ ଦୟନୀୟ ଅବସ୍ଥାରେ ଶବକୁ ମହାପ୍ରୟାଣ ଗାଡ଼ିରେ ରଖିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ସେହି ସମୟରେ ମହାପ୍ରୟାଣ ଗାଡ଼ିର କର୍ମଚାରୀ ଓ ଅନ୍ୟଜଣେ ସେଠାରେ ଉପସ୍ଥିତ ଥିଲେ ହେଁ ଦୁହେଁ ଦର୍ଶକ ସାଜିଥିଲେ। ଚଟାଣରେ ଗଡ଼ି ଶିଶୁଟି କାନ୍ଦୁଥିଲେ ମଧ୍ୟ ପାଖରେ ଥିବା ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ଚାହିଁ ଦେଉଥିଲେ ମଧ୍ୟ କେହି ଆହା ପଦେ କହିନଥିଲେ। ସମଗ୍ର ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୃତଦେହକୁ ନିଜ ଗାଁ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ମୋତିଙ୍ଗିଆରେ ସତ୍କାର କରିଛି ସ୍ବାମୀ ବାଳକୃଷ୍ଣ। କହଁର। ଗରିବ ହୋଇଥିବାରୁ ପତ୍ନୀଙ୍କ ଶବକୁ କେହିଁ ଛୁଇଁଲେ ନାହିଁ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି। ଗତ ୨୮ ତାରିଖରେ ରୁତୁମତି କହଁର ରକ୍ତହୀନତା ରୋଗ​ରେ ପୀଡିତ ହୋଇ ଗୁରୁତର ବେହାରୁ ଚିକିତ୍ସା ପାଇଁ ସ୍ବାମୀ ବାଳକୃଷ୍ଣ ଫିରିଙ୍ଗିଆ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ତାଙ୍କୁ ଫୁଲବାଣୀକୁ ପଠାଇ ଦିଆଯାଇଥିଲା। ୩୦ ତାରିଖ ଅପରାହ୍ନରେ ଚିକିତ୍ସିତ ଅବସ୍ଥାରେ ରୁତୁମତିଙ୍କ ମୃତ୍ୟୁ ହୋଇଥିଲା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories