www.samajalive.in
Sunday, December 7, 2025
23.1 C
Bhubaneswar

ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ; କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତି ଅନୁଧ୍ୟାନ କରିବେ

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲା ସମେତ ପାଖାପାଖି ୧୦ଟି ଜିଲାରେ କୋଭିଡ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହୁଥିବାରୁ ପରିସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁର ଆଦି ରାଜ୍ୟରେ ମଧ୍ୟ କୋଭିଡ ସଂକ୍ରମଣ ଅଧିକ ରହୁଥିବାରୁ ସେହି ସବୁ ରାଜ୍ୟକୁ କେନ୍ଦ୍ରୀୟ ଦଳ ଗସ୍ତ କରିବେ ବୋଲି ଜଣାଯାଇଛି। କେନ୍ଦ୍ରରୁ ଆସୁଥିବା ଦଳ କୋଭିଡ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର କେଉଁସବୁ ଆହ୍ୱାନମୂଳକ ପରିସ୍ଥିତି ଓ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ଜାଣିବାକୁ ଚେଷ୍ଟା କରିବେ। ତାହାସହିତ କୋଭିଡ ମୁକାବିଲା ଦିଗରେ ସରକାରଙ୍କ ପ୍ରୟାସକୁ ଅଧିକ ସୁଦୃଢ କରିବା ଏବଂ ସେ କ୍ଷେତ୍ରରେ ରହୁଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ ଏହି ଦଳ ପଦକ୍ଷେପ ନେବେ।
ଏଆଇଆଇଏଚ ଆଣ୍ଡ ପିଏଚ୍‍ ର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଏ ଡାନ୍‍ ଓଡ଼ିଶାକୁ ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଉଛନ୍ତି। ତାଙ୍କ ନେତୃତ୍ୱରେ ଦୁଇ ଜଣିଆ ବିଶେଷଜ୍ଞ ଦଳ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟରେ ମୋଟାମୋଟି କୋଭିଡ ପରିଚାଳନା; ବିଶେଷକରି ନମୁନା ପରୀକ୍ଷଣ, ସତର୍କ ଦୃଷ୍ଟି ରଖିବା ଏବଂ ଆବଦ୍ଧାଞ୍ଚଳ ପରିଚାଳନା, କୋଭିଡ ନିୟମାବଳୀ ଏବଂ ତାହାର ପ୍ରବର୍ତ୍ତନ, ଡାକ୍ତରଖାନା ଶଯ୍ୟା ସଂଖ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ଚିକିତ୍ସାରେ ବ୍ୟବହାର ହେଉଥିବା ଅମ୍ଳଜାନ ଆଦି ଲଜିଷ୍ଟିକ୍ସ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି କି ନାହିଁ ଏବଂ କୋଭିଡ-୧୯ ଟିକାକରଣ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ। ଏଥିସହିତ ରାଜ୍ୟର କୋଭିଡ ସ୍ଥିତି ପରଖିବା ପରେ ଏ ସମ୍ପର୍କରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ବିଷୟରେ ମଧ୍ୟ ଏହି ବିଶେଷଜ୍ଞ ଦଳ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ବୋଲି ଜଣାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories