www.samajalive.in
Saturday, December 13, 2025
18.1 C
Bhubaneswar

କୃଷକଙ୍କ ଆୟ ବୃଦ୍ଧି କରିବ ନାନୋ ୟୁରିଆ

ନୂଆଦିଲ୍ଲୀ: ଭାରତର କୃଷି ଅର୍ଥନୀତି ପାଇଁ ଏକ ସମାଧାନ ଆଣିଛି ଭାରତୀୟ କୃଷକ ସାର ସମବାୟ ଲିମିଟେଡ (ଇଫକୋ) । ଇଫକୋର ଅଧୁନାତମ ଉଦ୍ଭାବନ ‘ନାନୋ ତରଳ ୟୁରିଆ’ ବର୍ଦ୍ଧିତ କୃଷି ବାବଦ ଖର୍ଚ୍ଚକୁ ନେଇ ସମସ୍ୟା ଜର୍ଜରିତ କୃଷକଙ୍କ ପାଇଁ ବରଦାନ ଭାବେ ପ୍ରମାଣିତ ହେବ । ଏହି ସାରର ଶୁଭାରମ୍ଭ, ବ୍ୟବସାୟିକ ଉତ୍ପାଦନ ଏବଂ ଆବଣ୍ଟନ କେବଳ ସାର ମୂଲ୍ୟ ହ୍ରାସ କରିବ ନାହିଁ, ତାହାସହିତ ଫସଲ ଅମଳ ପରିମାଣରେ ମଧ୍ୟ ବୃଦ୍ଧି ଘଟାଇବ । କମ୍‍ ଖର୍ଚ୍ଚରେ କୃଷିକାର୍ଯ୍ୟ କରି ଅଧିକ ଅମଳ ହେବାଦ୍ୱାରା ତାହା କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ ।
ସାଧାରଣତଃ କୃଷି ବିଶାରଦମାନେ ଦେଢ ଏକର ଜମିରେ ଗହମ ଚାଷ ପାଇଁ ଅଢେଇ ବସ୍ତା ୟୁରିଆ ପ୍ରୟୋଗ ପାଇଁ ସୁପାରିଶ କରିଥାନ୍ତି । ୫୦୦ ମିଲିଲିଟର ବୋତଲର ନାନୋ ତରଳ ୟୁରିଆ ଗୋଟିଏ ବସ୍ତା ୟୁରିଆ ସହିତ ସମାନ ହୋଇଥିବାରୁ କୃଷକଙ୍କ ପାଇଁ ସେହି ବାବଦ ଖର୍ଚ୍ଚ ତଦନୁଯାୟୀ ହ୍ରାସପାଇବ । ଏହା ପ୍ୟାକେଜିଂରେ ଛୋଟ ଆକାର ହୋଇଥିବାରୁ ଏହାର ପରିବହନ ଓ ମହଜୁଦ ନିମନ୍ତେ କୃଷକଙ୍କ ଖର୍ଚ୍ଚ ମଧ୍ୟ କମ୍‍ ହେବ । ପରିଶେଷରେ ଏହା କୃଷକଙ୍କୁ ଅଧିକ ଆୟ ଆଣିଦେବ । ଇଫକୋ ଏହାର ଗୋଟିଏ ବୋତଲ ନାନୋ ତରଳ ୟୁରିଆ ମୂଲ୍ୟ ୨୪୦ ଟଙ୍କା ଧାର୍ଯ୍ୟ କରିଛି । ନାନୋ ତରଳ ୟୁରିଆର କ୍ଷେତ୍ରସ୍ତରର ଅଭିଜ୍ଞତା ପ୍ରମାଣିତ କରିଛି ଯେ ଏହା ପାରମ୍ପରିକ ସାର ତୁଳନାରେ ଶସ୍ୟ ଅମଳ ପରିମାଣ ବୃଦ୍ଧି ଘଟାଉଛି । ଇଫକୋର ମହା ପ୍ରବନ୍ଧକ (ଗବେଷଣା ଓ ଉନ୍ନୟନ) ଡ. ରମେଶ ରାଲିୟାଙ୍କ କହିଛନ୍ତି, ଭାରତର ବିଭିନ୍ନ ଅଞ୍ଚଳରେ ୯୪ରୁ ଅଧିକ କିମସର ଫସଲକୁ ନେଇ ୧୧୦୦୦ କୃଷିଭିତ୍ତିକ କ୍ଷେତ୍ରସ୍ତରୀୟ ପରୀକ୍ଷଣ କରାଯାଇଥିଲା । ଏହି ସମସ୍ତ ପରୀକ୍ଷଣ ସମୟରେ ଫସଲଗୁଡିକରୁ ହାରାହାରି ୮% ଅଧିକ ଅମଳ ମିଳିଥିବା ଲକ୍ଷ୍ୟ କରାଯାଇଥିଲା ।
ଇଫକୋର ନାନୋ ୟୁରିଆ ତରଳକୁ ସମଗ୍ର ଦେଶରେ ଜାତୀୟ କୃଷି ଗବେଷଣା ବ୍ୟବସ୍ଥା (ଏନଏଆରଏସ) ଅଧୀନରେ ୨୦ଟି ଆଇସିଏଅର ଗବେଷଣା ପ୍ରତିଷ୍ଠାନ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କେଭିକେଗୁଡିକରେ ୪୩ଟି ଫସଲ କ୍ଷେତ୍ରରେ ପ୍ରୟୋଗ କରାଯାଇ ବିଭିନ୍ନ ସ୍ଥାନ ଏବଂ ବିବିଧ ଶସ୍ୟ କ୍ଷେତ୍ରରେ ପରୀକ୍ଷଣ ଆଧାରରେ ସଂପ୍ରତି ସାର ନିୟନ୍ତ୍ରଣ ଆଦେଶ (ଏଫସିଓ,୧୯୮୫)ରେ ସାମିଲ କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories