www.samajalive.in
Monday, December 8, 2025
24.1 C
Bhubaneswar

ଇଆଇଆରସିଆଇସିଏଆଇ ପକ୍ଷରୁ ‘ଚାର୍ଟାର୍ଡ ଆକାଉଣ୍ଟାନ୍‍ସୀ: ଏକ କ୍ୟାରିୟର ବିକଳ୍ପ’ ଆଲୋଚନାଚକ୍ର

ଭୁବନେଶ୍ୱର: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟସର ପୂର୍ବ ଭାରତୀୟ ଆଞ୍ଚଳିକ ପରିଷଦ ଦ୍ୱାରା ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ମିଳିତ ଆନୁକୂଲ୍ୟରେ ଗତ ୨୨ ତାରିଖରେ ଇଣ୍ଟରନେଟ ମାଧ୍ୟମରେ ‘ଚାର୍ଟାର୍ଡ ଆକାଉଣ୍ଟାନ୍‍ସୀ: ଏକ କ୍ୟାରିୟର ବିକଳ୍ପ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ଇଆଇଆରସିଆଇସିଏଆଇର ଅଧ୍ୟକ୍ଷ ସୁନିଲ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ଦୀର୍ଘ୨୮ ବର୍ଷର ଏ ଦିଗରେ ଥିବା ଅଭିଜ୍ଞତାକୁ ଉପସ୍ଥିତ ବିଦ୍ୟାର୍ଥୀଙ୍କ ସମ୍ମୁଖରେ ପ୍ରକାଶକରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ବିଏସ୍‍ସିର ଡିନ୍‍ ପ୍ରଫେସର ଡ. ସାମସନ ମହାରଣା ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ସଂପ୍ରତି ବୃତ୍ତିଗତ ଶିକ୍ଷାର ଚାହିଦା କିପରି ବୃଦ୍ଧିପାଇବାରେ ଲାଗଛି ସେ ସମ୍ପର୍କରେ ମଧ୍ୟ ସେ ପ୍ରକାଶକରିଥିଲେ । ଏହା ବ୍ୟତୀତ ଇଆଇଆରସି ଆଇସିଏଆଇ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ । ଇଆଇଆରସିର ବିଦ୍ୟାର୍ଥୀ ପରାମର୍ଶଦାତା ସୁସ୍ମିତା ସେନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଏହି ଶିକ୍ଷା ଲାଭକରିବା ଦ୍ୱାରା ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କହିଥିଲେ । ଶେଷରେ ଆସିଷ୍ଟାଣ୍ଟ ପ୍ରଫେସର ନେହା ଜୋଶୀ ଓ ଡ. ହେମନ୍ତ ଭନ୍‍ୱାରା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories