www.samajalive.in
Monday, December 8, 2025
13.1 C
Bhubaneswar

ପିପିଲିର ୬ ହାଇସ୍କୁଲର ବଦଳିବ ରୂପ : ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସଂପର୍କରେ ୫-ଟି ସଚିବଙ୍କ ଆଲୋଚନା

ପିପିଲି : ରାଜ୍ୟ ସରକାରଙ୍କ ୫ଟି ଅଧିନକୁ ଯାଇଥିବା ପିପିଲି ବ୍ଲକର ୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଆସନ୍ତା ନଭେମ୍ବର ୧୪ ସୁଦ୍ଧା ସରିବ। ଏହି ସରକାରୀ ବିଦ୍ୟଳୟର କେବଳ ଆଭ୍ୟନ୍ତର ନୁହେଁ ବରଂ ବାହ୍ୟ ବରିବର୍ତ୍ତନ ମଧ୍ୟ କରାଯିବ। ପ୍ରୋଜେକ୍ଟର, ଏଲ୍‍ଇଡି ଲାଗିଥିବା ଅତ୍ୟାଧୁନିକ ଦୃଶ୍ୟଶ୍ରାବ୍ୟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର ପ୍ରତିଷ୍ଠା ସହିତ ଖେଳପଡ଼ିଆର ଉନ୍ନତି କରାଯିବ। ଅତ୍ୟାଧୁନିକ ଭିତ୍ତିଭୂମିର ସୁବିଧା ସହିତ ବିଦ୍ୟାଳୟ ପରିବେଶରେ ସାମଗ୍ରିକ ବିକାଶ ଆଣିବା ଲକ୍ଷ୍ୟରେ ପିପିଲିର ୬ଟି ଉଚ୍ଚବିଦ୍ୟାଳୟର ରୂପାନ୍ତରଣ (୫ଟି-ହାଇସ୍କୁଲ ଟ୍ରାନ୍ସଫର୍ମେସନ) ପରି ଏହି ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଅଭାସି ମାଧ୍ୟମରେ ପିପିଲି ବ୍ଲକ ବିଡ଼ିଓଙ୍କ ସମେତ ୬ଟି ହାଇସ୍କୁଲର କତ୍ତୃପକ୍ଷଙ୍କ ସହିତ ବିଶଦ ଭାବେ ଆଲୋଚନା କରିଛନ୍ତି।
ପିପିଲି ନୋଡାଲ ହାଇସ୍କୁଲ, ଗୋବିନ୍ଦପୁର ହାଇସ୍କୁଲ, ହାଟସାହି ପଞ୍ଚାୟତ ନୋଡାଲ ହାଇସ୍କୁଲ, ତେଇସିପୁର ହାଇସ୍କୁଲ, ପଦ୍ମାବତୀ ଉଚ୍ଚ ବିଦ୍ୟାପୀଠ ଓ ସାତଶଙ୍ଖ ସ୍ଥିତ ଉତ୍ତରାୟଣୀ ବିଦ୍ୟାପୀଠକୁ ୫ଟି- ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ରୂପାନ୍ତରିତ କରାଯିବ। ଏ ସଂପର୍କରେ ୫ଟି ସଚିବ ଭି.କେ ପାଣ୍ଡିଆନ, ପିପିଲି ବିଡିଓ ରଶ୍ମିତା ନାଥଙ୍କ ସମେତ ୬ଟି ଯାକ ହାଇସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ଆଲୁମିନି ସଭ୍ୟ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଏସ୍‍ଏମ୍‍ଡିସି ସଭ୍ୟ, ସଭ୍ୟା ଓ ସରପଞ୍ଚଙ୍କ ସହ ଆଭାସି  ମାଧ୍ୟମରେ ଆଲୋଚନା କରିଥିଲେ।

- Advertisement -

ବିଡିଓ ରଶ୍ମିତା ନାଥ ଏ ସଂପର୍କିତ ଏକ ପୂର୍ଣ୍ଣାଙ୍ଗ ତଥ୍ୟ ସମ୍ବଳିତ ରିପୋର୍ଟ ଉପସ୍ଥାପନା କରିଥିଲେ। ରାଜ୍ୟ ସରକାରଙ୍କ ୫ଟି ବିଭାଗ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟକୁ ୪୫ଲକ୍ଷ ଟଙ୍କା ସହାୟତା ସମେତ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୧୫ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି। ବ୍ଲକ ପକ୍ଷରୁ ମନରେଗା ଏସ୍‍ଏଫ୍‍ସି ଆଦି ଯୋଜନା ମାଧ୍ୟମରେ ଅଧିକ ସହାୟତା ଯୋଗାଯାଇ ବିଦ୍ୟାଳୟର ରୂପରେଖକୁ ପରିବର୍ତ୍ତନ କରାଯିବ। ସଠିକ ସମୟରେ ମିଳିତ ସହଯୋଗରେ ପ୍ରଯୁକ୍ତି ଓ ସ୍ୱଚ୍ଛତା ଆଧାରରେ ବିଦ୍ୟାଳୟର ଚିରାଚରିତ ପଦ୍ଧତିକୁ ନୂତନ ଅତ୍ୟାଧୁନିକ ପଦ୍ଧତିରେ ରୂପାନ୍ତରିତ କରାଯିବ ଯାହାକି ବିଦ୍ୟାଳୟ ସ୍ତରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। ଫଳରେ ବେସରକାରୀ ବିଦ୍ୟାଳୟ ଠାରୁ ବହୁଗୁଣରେ ସରକାରୀ ବିଦ୍ୟାଳୟର ରୂପରେଖ ବଦଳିଯିବ ଏବଂ ଛାତ୍ରଛାତ୍ରୀମାନେ ଯୁଗପଯୋଗୀ ଗୁଣାତ୍ମକ ଶିକ୍ଷା ଲାଭ କରିବା ସହିତ ସେମାନଙ୍କ ଶାରିରିକ, ମାନସିକ ଓ ବୌଦ୍ଧିକ ବିକାଶ ଘଟିବ। ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଦ୍ୱାରା ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ, ଅପଗ୍ରେଡ଼େଡ଼ ଲାବୋରେଟୋରୀ(ପ୍ରୟୋଗଶାଳା) କାର୍ଯ୍ୟକ୍ଷମ ସହ ବିଦ୍ୟାଳୟ ପରିସର ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ, ଖେଳପଡ଼ିଆର ଉନ୍ନତୀକରଣ, କ୍ରୀଡା ଉପକରଣ, ବିଶୁଦ୍ଧ ପାନୀୟ ଜଳ ସୁବିଧା ବିଦ୍ୟାଳୟରେ ଉପଲବ୍ଧ ରହିବ। ଶିକ୍ଷଣ ପରିବେଶରେ ଉନ୍ନତି ତଥା ଶିକ୍ଷାର ମାନ ବିକାଶରେ ବିଦ୍ୟାଳୟ ରୂପାନ୍ତରଣ ସହାୟକ ହେବ ବୋଲି କୁହାଯାଇଛି। ବିଦ୍ୟାଳୟ ରୂପାନ୍ତରଣ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ଶିକ୍ଷାନୁଷ୍ଠାନ ପ୍ରତି ଆନ୍ତରିକତା ବୃଦ୍ଧି ପାଇବା ସହ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆସି ପାରିବ ଏବଂ ଛାତ୍ରଛାତ୍ରୀମାନେ ଭଲ ମଣିଷ ହୋଇ ଆଗକୁ ବଢ଼ିବା ପାଇଁ ଇଚ୍ଛା ପ୍ରକଟ କରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଆସନ୍ତା ନଭେମ୍ବର ୧୪ ତାରିଖ ସୁନ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ନିୟମ ଅନୁସାରେ ସାରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories