www.samajalive.in
Sunday, December 14, 2025
14.1 C
Bhubaneswar

ରାଜ୍ୟପାଳ ଧନକର ଦୁର୍ନୀତିଗ୍ରସ୍ତ, ତାଙ୍କୁ ବରଖାସ୍ତ କରାଯାଉ: ମମତା

କଳକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ମମତା ସୋମବାର ଧନକରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିବା ସହ ତୁରନ୍ତ ତାଙ୍କୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି। ପୂର୍ବରୁ ତିନି ଥର ଏ ସମ୍ପର୍କରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଧ୍ୟାନ ଦେଉ ନ ଥିବା ମମତା ଅଭିଯୋଗ କରିଛନ୍ତି। ମମତା କହିଛନ୍ତି ଯେ ୧୯୯୬ର ବହୁଚର୍ଚ୍ଚିତ ଜୈନ୍‌ ହାୱାଲା ମାମଲାର ଅଭିଯୋଗ ଫର୍ଦରେ ଧନକରଙ୍କ ନାମ ଥିଲା। ଏଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ରାଜ୍ୟପାଳ ପଦରେ ବସାଯାଇଛି। ସେ ଏଠାରେ ବିଜେପି ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଲିପ୍ତ ଅଛନ୍ତି। ରାଜ୍ୟରେ ତୃଣମୂଳ କଂଗ୍ରେସ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ବିଜୟ ହାସଲ କଲେ ମଧ୍ୟ ସେ ପଦ ତ୍ୟାଗ ନ କରି ସ୍ବେଚ୍ଛାଚାରୀ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ଜୁଲାଇ ୨​‌େ​‌ର ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କୁ ବରଖାସ୍ତ କରାଯିବା ନେଇ ସଂକଳ୍ପ ଆଗତ ହେବ ବୋଲି ମମତା କହିଛନ୍ତି। ଏ ସଂକ୍ରାନ୍ତରେ ବାଚସ୍ପତି ବିମାନ ବାନାର୍ଜୀଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି। ବାଚସ୍ପତି ବାନାର୍ଜୀ ମଧ୍ୟ ରାଜ୍ୟପାଳଙ୍କ ରାଜନୈତିକ କାର୍ଯ୍ୟକଳାପ ଓ ପ୍ରଶାସନରେ ଅଯଥା ହସ୍ତକ୍ଷେପ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍‌ ବିରଳାଙ୍କୁ ଗତ ସପ୍ତାହରେ ଲିଖିତ ଭାବେ ଜରାଇଥିବା ପ୍ରକାଶ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories