ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶୀ ତରୁର ଅଧ୍ୟକ୍ଷ ଥିବା ସୂଚନା ଓ ପ୍ରଯୁକ୍ତି ସଂକ୍ରାନ୍ତ ସ୍ଥାୟୀ ସଂସଦୀୟ କମିଟି ଗୁଗୁଲ୍ ଓ ଫେସ୍ବୁକ୍ ଭଳି ସାମାଜିକ ଗଣମାଧ୍ୟମ ସଂସ୍ଥାଙ୍କୁ ମଙ୍ଗଳବାର ଅପରାହ୍ଣ ୪ଟାବେଳେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଦେଶରେ ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ଓ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ଉପରେ କମିଟି ଏହି ଦୁଇ ସଂସ୍ଥାର ଅଧିକାରୀଙ୍କୁ କମିଟିରେ ହାଜର ହେବାକୁ ନିର୍ଦେଶ ହୋଇଛି। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଘଟୁଥିବା ବିଭିନ୍ନ ବିଭ୍ରାଟ ସମ୍ପର୍କରେ ଦୁଇ ସଂସ୍ଥାଠାରୁ ଜବାବ ମାଗିବା ସହ ଦେଶର ଆଇନ କାନୁନ୍ ମାନି କାମ କରିବାକୁ ତରୁର ସେମାନଙ୍କୁ କହିଛନ୍ତି। ପୂର୍ବରୁ ଟ୍ବିଟରକୁ ମଧ୍ୟ ଏଭଳି ତାଗିଦା କରାଯାଇଥିଲା।
Popular Categories



