www.samajalive.in
Saturday, December 13, 2025
27.1 C
Bhubaneswar

ସମସ୍ତ ପ୍ରକାର କ୍ରିକେଟ୍‌ରେ ପଦାର୍ପଣ: ଶେଫାଳି ସର୍ବକନିଷ୍ଠା ଭାରତୀୟ

ବ୍ରିଷ୍ଟଲ : ଭାରତୀୟ ମହିଳା କ୍ରିକେଟ୍‌ ଦଳର ଓପ୍‌ନର ଶେଫାଳି ବର୍ମା ରବିବାର ଘରୋଇ ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍‌ରେ ପଦାର୍ପଣ କରିଛନ୍ତି। ୧୭ ବର୍ଷ ବୟସରେ ସମସ୍ତ ପ୍ରକାର ଆନ୍ତର୍ଜାତିକ କ୍ରିକେଟ୍‌ରେ ପଦାର୍ପଣ କରିବାରେ ଶେଫାଳି ସର୍ବକନିଷ୍ଠା ଭାରତୀୟ ହୋଇଛନ୍ତି। ପୂର୍ବରୁ ୨୨ଟି ଆନ୍ତର୍ଜାତିକ ମହିଳା ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଶେଫାଳି ୬୧୭ ରନ୍ କରିଛନ୍ତି। ଚଳିତମାସରେ ଶେଫାଳି ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ଶେଫାଳି ୯୬ ଓ ୬୩ ରନ୍ ସ୍କୋର୍ କରିଥିଲେ। ପଦାର୍ପଣ ଟେଷ୍ଟରେ ୨ଟି ଅର୍ଦ୍ଧଶତକ ହାସଲ କରିବାରେ ଶେଫାଳି ବିଶ୍ବର ସର୍ବକନିଷ୍ଠା ମହିଳା ଖେଳାଳି ଥିଲେ। ରବିବାର ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳି ଇଂଲଣ୍ଡ ବିପକ୍ଷରେ ଶେଫାଳି ୧୪ ବଲ୍‌ରୁ ୧୫ ରନ୍ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories