www.samajalive.in
Saturday, December 13, 2025
27.1 C
Bhubaneswar

ଆଡ଼ିବନ୍ଧ ସୁରକ୍ଷା ପାଚେରି ନିର୍ମାଣ ବେଳେ ଅଘଟଣ; ମାଟି ଅତଡ଼ା ଧସି ୨ ମୃତ, ୩ ଗୁରୁତର

ଚିକିଟି/ ସାନଖେମୁଣ୍ଡି : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡା ଗଁା ନିକଟରେ ଆଡ଼ିବନ୍ଧ (ଚେକ୍‌ ଡ୍ୟାମ) ସୁରକ୍ଷା ପାଚେରୀ ନିର୍ମାଣ ସମୟରେ ମାଟି ଅତଡା ଧସିଯିବାରୁ ୨ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବର୍ଷା ନାୟକ(୧୬) ଓ ଯମୁନା ନାୟକ (୨୭)। ଗୁରୁତର ଆହତଙ୍କ ମଧ୍ୟରେ ଅଞ୍ଜଳି ନାଇକ, ସତ୍ୟ ନାଇକ ଓ ସୂର୍ଯ୍ୟ ବିଷୋୟୀ ରହିଛନ୍ତି। ମୃତାହତମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏଭଳି ଅଘଟଣ ଘଟିଛି। ଦିଗପହଣ୍ଡି ଓ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଅଢେଇ ଘଣ୍ଟା ପରିଶ୍ରମ କରିବା ପରେ ମୃତାହତ ମାନଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ।
ଫାଶୀଗୁଡା ଗ୍ରାମ ଦେଇ ପ୍ରବାହିତ ତପ୍ତପାଣି ନାଳରେ ଗତ ଜାନୁଆରୀ ୧୧ ତାରିଖରେ ୧ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଘାଇହୁଡା ଚେକ୍ ଡ୍ୟାମ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଆଜି ମେସିନ ସାହାଯ୍ୟରେ ଉକ୍ତ ଡ୍ୟାମରେ ମାଟି କାମ ଚାଲିଥିଲା ବେଳେ ଅପରାହ୍ନ ପ୍ରାୟ ୫ଟା​‌ ବେଳେ ହଠାତ୍ ମାଟି ଅତଡା ଧସିଯିବାରୁ ତଳେ କାମ କରୁଥିବା ଶ୍ରମିକମାନେ ମାଟି ଭିତରେ ପୋତି ହୋଇଯାଇଥିଲେ। ନିର୍ମାଣ ସ୍ଥଳରେ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ।
ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ଉପସ୍ଥିତିରେ ସାନଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରାଧିକାରୀ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ମୁଖ୍ୟ ଆଗ୍ନିକ ଜିତେନ୍ଦ୍ର ଭୋଇ ଏବଂ କର୍ମଚାରୀମାନେ ଗ୍ରାମବାସୀଙ୍କ ସହଯୋଗରେ ଜେସିବି ମେସିନ ସାହାଯ୍ୟରେ ମାଟି ଭିତରୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ତେବେ ଉପସ୍ଥିତ ଡାକ୍ତର ଯମୁନା ଓ ବର୍ଷାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନି ଗୁରୁତର ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ଉପଜିଲାପାଳ ଭି.କିର୍ତ୍ତୀ ଭାସନ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ମୃତ ଓ ଗୁରୁତର ଆହତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଦିଗପହଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛନ୍ତି। ଉଦ୍ଧାର ବେଳେ ଫାଶୀଗୁଡା ସରପଞ୍ଚ ଦିଲିପ କୁମାର ସେଠୀ , ସମିତିସଭ୍ୟ ଶିବରାମ ପ୍ରଧାନ ସହଯୋଗ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories