ବ୍ରିଷ୍ଟଲ : ଭାରତୀୟ ମହିଳା କ୍ରିକେଟ୍ ଦଳର ଓପ୍ନର ଶେଫାଳି ବର୍ମା ରବିବାର ଘରୋଇ ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ରେ ପଦାର୍ପଣ କରିଛନ୍ତି। ୧୭ ବର୍ଷ ବୟସରେ ସମସ୍ତ ପ୍ରକାର ଆନ୍ତର୍ଜାତିକ କ୍ରିକେଟ୍ରେ ପଦାର୍ପଣ କରିବାରେ ଶେଫାଳି ସର୍ବକନିଷ୍ଠା ଭାରତୀୟ ହୋଇଛନ୍ତି। ପୂର୍ବରୁ ୨୨ଟି ଆନ୍ତର୍ଜାତିକ ମହିଳା ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ଶେଫାଳି ୬୧୭ ରନ୍ କରିଛନ୍ତି। ଚଳିତମାସରେ ଶେଫାଳି ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍ରେ ଶେଫାଳି ୯୬ ଓ ୬୩ ରନ୍ ସ୍କୋର୍ କରିଥିଲେ। ପଦାର୍ପଣ ଟେଷ୍ଟରେ ୨ଟି ଅର୍ଦ୍ଧଶତକ ହାସଲ କରିବାରେ ଶେଫାଳି ବିଶ୍ବର ସର୍ବକନିଷ୍ଠା ମହିଳା ଖେଳାଳି ଥିଲେ। ରବିବାର ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳି ଇଂଲଣ୍ଡ ବିପକ୍ଷରେ ଶେଫାଳି ୧୪ ବଲ୍ରୁ ୧୫ ରନ୍ କରିଥିଲେ।
Popular Categories



