www.samajalive.in
Monday, December 15, 2025
16.1 C
Bhubaneswar

ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ସ୍ୱିସ୍‍ ବ୍ୟାଙ୍କରେ ଭାରତର ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ପକ୍ଷରୁ ଜମା ରଖାଯାଉଥିବା ଟଙ୍କା ପରିମାଣ ୨.୫୫ ବିଲିଅନ ସ୍ୱିସ୍‍ ଫ୍ରାଙ୍କ (୨୦,୭୦୦ କୋଟି ଟଙ୍କାରୁ ଅଧିକ)କୁ ବୃଦ୍ଧିପାଇଛି । ସେଥିମଧ୍ୟରେ ଭାରତସ୍ଥିତ ଶାଖା ଏବଂ ଅନ୍ୟ ଆର୍ଥିକ ପ୍ରତିଷ୍ଠାନର ଜମା ମଧ୍ୟ ଅନ୍ତର୍ଭୁକ୍ତ । ସ୍ୱିଜରଲାଣ୍ଡସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଗୁରୁବାର ପ୍ରକାଶିତ ତଥ୍ୟରେ ଏହା କୁହାଯାଇଛି । ଏହି ଜମା ପରିମାଣ ୧୩ ବର୍ଷ ମଧ୍ୟରେ ସର୍ବାଧିକ । ୨୦୧୯ ଶେଷସୁଦ୍ଧା ଏହି ବ୍ୟାଙ୍କରେ ଭାରତୀୟଙ୍କର ଜମା ପରିମାଣ ୮୯୯ ନିୟୁତ ସ୍ୱିସ୍‍ ଫ୍ରାଙ୍କ (୬୬୨୫ କୋଟି ଟଙ୍କା) ରହିଥିଲା । ତାହା ପୂର୍ବରୁ ୨୦୦୬ରେ ସ୍ୱିସ୍‍ ବ୍ୟାଙ୍କରେ ଜମା ରାଶି ରେକର୍ଡ ୬.୫ ବିଲିଅନ ସ୍ୱିସ ଫ୍ରାଙ୍କ ଥିବା ଜଣାଯାଇଛି । ତାହା ପରବର୍ତ୍ତୀ ସମୟରେ ୨୦୧୧, ୨୦୧୩ ଓ ୨୦୧୭କୁ ବାଦ୍‍ଦେଇ ଅବଶିଷ୍ଟ ସମୟରେ ଜମା ହ୍ରାସ ପାଇଥିବା ଜଣାଯାଇଛି ।
ତେବେ ଏହି ପରିମାଣ ଅର୍ଥ ସରକାରୀ ସ୍ତରରେ ପ୍ରକାଶ କରାଯାଇଛି । ଭାରତୀୟଙ୍କ ଦ୍ୱାରା ସ୍ୱିଜରଲାଣ୍ଡସ୍ଥିତ ଏହି ବ୍ୟାଙ୍କରେ ଭାରତୀୟ କଳା ଟଙ୍କା ଜମାକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି, ସେ ସମ୍ପର୍କରେ କିଛି କୁହାଯାଇନାହିଁ । ସ୍ୱିସ୍‍ କର୍ତ୍ତପୃକ୍ଷ ବରାବର କହିଆସୁଛନ୍ତି ଯେ ଭାରତୀୟ ବାସିନ୍ଦାମାନେ ସ୍ୱିଜରଲାଣ୍ଡରେ ଜମା ରଖୁଥିବା ଅର୍ଥକୁ କଳାଟଙ୍କା ବୋଲି ବିବେଚନା କରାଯାଇପାରିବ ନାହିଁ ଏବଂ ସେମାନେ ଟିକସ ଠକେଇ ଏବଂ ଜାଲିଆତି ବିରୁଦ୍ଧରେ ଭାରତକୁ ସକ୍ରିୟ ସମର୍ଥନ ଦେଇଆସୁଛନ୍ତି ।
୨୦୧୮ରୁ ଭାରତ ଓ ସ୍ୱିଜରାଲାଣ୍ଡ ମଧ୍ୟରେ ଏକ ସ୍ୱୟଂକ୍ରିୟ ଟିକସ ପ୍ରସଙ୍ଗରେ ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଭାରତୀୟଙ୍କ ଦ୍ୱାରା ସ୍ୱିଜରଲାଣ୍ଡର ଆର୍ଥିକ ପ୍ରତିଷ୍ଠାନଗୁଡିକରେ ଥିବା ଆକାଉଣ୍ଟ ସଂପର୍କରେ ୨୦୧୯ ସେପ୍ଟେମ୍ବରରୁ ଭାରତର ଟିକସ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଉଛି ଏବଂ ତାହା ପ୍ରତିବର୍ଷ କାର୍ଯ୍ୟକାରୀ କରାଯାଉଛି । ସ୍ୱିଜରଲାଣ୍ଡ ବ୍ୟାଙ୍କରେ ଅର୍ଥ ଜମା ରଖିବା କ୍ଷେତ୍ରରେ ବ୍ରିଟେନ ଶୀର୍ଷରେ ରହିଛି ଏବଂ ଏହାର ଜନସାଧାରଣ ଓ ସଂସ୍ଥାଗୁଡିକର ୩୭୭ ବିଲିଅନ, ଆମେରିକାର ୧୫୨ ବିଲିଅନ ସ୍ୱିସ ଫ୍ରାଙ୍କ ଜମା ରହିଛି । ସର୍ବାଧିକ ଜମା ରଖିଥିବା ଅନ୍ୟ ଦଶଟି ପ୍ରମୁଖ ରାଷ୍ଟ୍ର ମଧ୍ୟରେ ୱେଷ୍ଟଇଣ୍ଡିଜ, ଫ୍ରାନ୍ସ, ହଂକଂ, ଜର୍ମାନୀ, ସିଙ୍ଗାପୁର, ଲକ୍ସେମ୍ବର୍ଗ, କେମ୍ୟାନ ଆଇଲାଣ୍ଡ୍‍ସ ଏବଂ ବାହାମାସ ରହିଛନ୍ତି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories