www.samajalive.in
Monday, December 8, 2025
14.1 C
Bhubaneswar

ରିଲାଏନ୍ସ ରିଟେଲ ୩ ରୁ ୫ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲର କାରବାର ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ଏହା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲରଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ବାର୍ଷିକ ସାଧାରଣ ବୈଠକ ଅବସରରେ ଶ୍ରୀ ଅମ୍ବାନି କହିଛନ୍ତି ।
୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କଂପାନିରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି । ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ । ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି ।
ଗ୍ରୋସରି, ଇଲେକ୍ଟ୍ରୋନିକ୍ସ ଓ ପୋଷାକ ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ରିଟେଲ ଅଗ୍ରଣୀ ଥିବା ସେ କହିଛନ୍ତି । ଗବେଷଣା, ଡିଜାଇନ ଓ ଉତ୍ପାଦ ବିକାଶରେ କଂପାନି ନିବେଶ ଜାରି ରଖିବ ଓ ଏହାର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳ ଭିତିଭୂମିରେ ଉନ୍ନତି ଆଣି ଦକ୍ଷତା ବଢ଼ାଇବ । ଏକ ସ୍ୱୟଂକ୍ରିୟ, ମଡ୍ୟୁଲାର ଓ ଭରସାଯୋଗ୍ୟ ଏବଂ ବ୍ୟାପକ କରିହେଉଥିବା ଗୋଦାମ ଓ ଲଜିଷ୍ଟିକ୍ ବା ପରିବହନ ବ୍ୟବସ୍ଥା ଆମକୁ ଦେଶର କୋଣ ଅନୁକୋଣରେ କମ୍ ସମୟ ଭିତରେ ଉତ୍ପାଦ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି ।
ମହାମାରୀ ପ୍ରଭାବିତ ବର୍ଷ ୨୦୨୦-୨୧ରେ ବିବିଧ ଆହ୍ୱନମୂଳକ ପରିସ୍ଥିତି ମଧ୍ୟରେ ରିଲାଏନ୍ସ ରିଟେଲ୍ ୧୫୦୦ ନୂଆ ଷ୍ଟୋର ଖୋଲିବା ସହ କଂପାନିର ମୋଟ ଷ୍ଟୋର ସଂଖ୍ୟା ୧୨,୭୧୧ରେ ପହଂଚିଛି । ରିଲାଏନ୍ସ ରିଟେଲ ନିକଟରେ ନେଟମେଡସ୍‌, ଅର୍ବାନ ଲାଡର ଓ ଜିଭାମେକୁ ଅଧିଗ୍ରହଣ କରିଥିବା ବେଳେ ସେବା ପ୍ରଦାନକୁ ନୂଆ ଶିଖରରେ ପହଂଚାଇବା, ଓମନିଚ୍ୟାନେଲ ଦକ୍ଷତା ବଢ଼ାଇବା ଓ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ କଂପାନି ଏହିଭଳି ଅଧିଗ୍ରହଣ ଜାରି ରଖିବ ବୋଲି ସେ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories