www.samajalive.in
Sunday, December 7, 2025
14.1 C
Bhubaneswar

ତ୍ରିଦିବସିୟ ସ୍ମୃତିରେ ଦୟାନିଧି ଆଲୋଚନା ଚକ୍ର

ବରପାଲି : ବରପାଲି ଦୟାନିଧି ସ୍ମୃତି କମିଟି ପକ୍ଷରୁ ଆୟୋଜିତ ବିଶିଷ୍ଠ ସଂଗ୍ରାମୀ ସାହିତ୍ୟକ ଦୟାନିଧି ମିଶ୍ରଙ୍କ ଜୟନ୍ତି ଅବସରରେ ଅନଲାଇନ ମାଧ୍ୟମରେ ତ୍ରିଦିବସିୟ ସ୍ମୃତିରେ ଦୟାନିଧି ଶିର୍ଷକ ଉପରେ ଆଲୋଚନା ହୋଇଯାଇଛି। ଗତ ବୁଧବାର ଆଲୋଚନାଚକ୍ରର ଉଦଯାପନୀ ହୋଇଥିବା ବେଲେ ଗତ ୨୦ତାରିଖ ଗୁଗୁଲ ମିଟ ମାଧ୍ୟମରେ ପ୍ରାରମ୍ଭ ହୋଇଥିଲା। ଅଧ୍ୟାପକ ବିଶ୍ୱନାଥ ସାହୁ ଓ ପ୍ରମୋଦ ସାହୁଙ୍କ ସଂଯୋଜନାରେ ସଂଚାଳିତ ସମ୍ପାନର ପ୍ରଥମ ଦିବସରେ ପ୍ରଫେସର ମନୋରଞ୍ଜନ ପ୍ରଧାନ,ପ୍ରତାପ ଆଦିତ୍ୟ ମିଶ୍ର,ସଂଘମିତ୍ରା ମିସ୍ର,ଭଗବତୀ କର ଓ ତରୁଣ ଆଦିତ୍ୟ ମିଶ୍ର ପ୍ରମୁଖ ଦୟାନିଧି ବାବୁଙ୍କ ସ୍ମୃତି ସମ୍ପର୍କିତ ବିଷୟ ଉପରେ ନିଜ ମତ ରଖିଥିଲେ। ସେହିପରି ଦ୍ୱିତିୟ ଦିବସରେ ପ୍ରଫେସର ସନ୍ତୋଷ କୁମାର ରଥ,ଡ଼.ମଣିନ୍ଦ୍ର କୁମାର ମେହେର ଓ ନିକ୍ରମାଦିତ୍ୟ ମିଶ୍ର ପ୍ରମୁଖ ସାହିତ୍ୟକଙ୍କ ଦ୍ୱାରା ପ୍ରସ୍ତୁତ ଉପନ୍ୟାସ ମାନଙ୍କ ସରଗର୍ଭକୁ ନେଇ ବିଶ୍ଲେଷଣ କରିଥିଲେ। ଉଦଯାପନୀ ଦିବସରେ ଗଳ୍ପ ଓ କବିତା ଗୁଚ୍ଛ ଉପରେ ଆଲୋଚକ ପ୍ରଫେସର କୃଷ୍ଣଚନ୍ଦ୍ର ପଧାନ,ଅଧ୍ୟାପକ ଗୋପିନାଥ ବାଗ,ଶ୍ୟାମ ଭୋଇ ରଚିତ ଗଳ୍ପ ଓ କବିତାର ଅନାଲୋଚିତ ଭାବ,ଦିଗକୁ ନେଇ ସୁନ୍ଦରତାର ସହିତ ବୁଝାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଲିଙ୍ଗରାଜ ସାହୁ,ଯତିନ୍ଦ୍ର କୁମାର ସାହୁ,ଜଗନ୍ନାଥ ଦ୍ୱିପ,ରୋସନ ସାହୁ,କ୍ôଷରୋଦ୍ର ବିହାରୀ ବିଶ୍ୱାଲ,ସନତ କୁମାର ବାଗ ପ୍ରମୁଖ ସହାୟତା କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories