www.samajalive.in
Sunday, December 7, 2025
23.1 C
Bhubaneswar

ଧାରଣା ସ୍ଥଳରୁ ଅନଶନକାରୀ ସଜ୍ଞାହିନ ଯୁବକ ଉଦ୍ଧାର

ବରପାଲି : ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କୃଷକମଞ୍ଚ ପକ୍ଷରୁ ଜାରି ରହିଥିବା ଆମରଣ ଅନଶନର ଦ୍ୱିତିୟ ଦିବସରେ ଜୈନେକ ୪୨ବର୍ଷିୟ ଯୁବକଙ୍କୁ ସଜ୍ଞାହିନ ଅବସ୍ଥାରେ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଯାଇଛି। ଶୁକ୍ରବାର ପୁର୍ବାହ୍ନରେ ଅନଶନ ସ୍ଥଳରେ ଘନଶ୍ୟାମ ପଧାନ(୪୨),ଧର୍ମେନ୍ଦ୍ର ଦେହେରୀ (୨୯),ଅଚ୍ୟୁତା ଦେହେରୀ(୪୩) ଓ କାରଣ ସାହୁ (୬୩) ପ୍ରମୁଖ ଗତକାଲି ପୁର୍ବାହ୍ନ ୧୦ଘଣ୍ଟା ସମୟରୁ ଶାନ୍ତିପୁର୍ଣ୍ଣ ଭାବରେ ଧାରଣାରେ ବସିଥିଲେ।
ଆଜି ଅପରାହ୍ନ ସମୟରେ ଅଚାନକ ଘନଶ୍ୟାମ ପ୍ରଧାନ ସ୍ୱାସ୍ଥ୍ୟ ଜନିତ କାରଣରୁ କିଛିଟା କଷ୍ଟ ଅନୁଭବ କରିଥିଲେ। ପରେ ଧାରଣା ସ୍ଥଳରେ ସଜ୍ଞାହିନ ଅବସ୍ଥାରେ ଗଡ଼ି ପଡ଼ିଥିଲେ।। ଘନଶ୍ୟାମଙ୍କ ଅବସ୍ଥାକୁ ଦେଖି ଚାଷୀ ଓ ସମର୍ଥନକାରୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ  ବାହିନୀ କୃଷକ ମାନଙ୍କ ସହାୟତାରେ ଡ଼ାକ୍ତରଖାନାକୁ ନେଇଥିଲେ।
ବର୍ତ୍ତମାନ ଘନଶ୍ୟାମଙ୍କ ଚିକିତ୍ସା ସେବା କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟ ତିନିଜଣ ଅନଶନକାରୀ ଧାରଣାରେ ବସିରହିଛନ୍ତି। ଗତ ୩ତାରିଖରୁ ଟୋକନ ବ୍ୟବସ୍ଥାର ସରଳିକରଣ ଓ ଧାନ ବିକ୍ରି ସମସ୍ୟାର ସମାଧାନ ଦିଗରେ ଚାଷୀମାନେ ବିଭିନ୍ନ ସମ୍ବିଧାନିକ ସଠିକ ବାଟ ଆପାଣାଇଥିଲେ ସୁଦ୍ଧା ପ୍ରସାସନିକ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଗୋଚରକୁ ଆସୁନାହିଁ ବୋଲି ଚାଷୀ ଅଭିଯୋଗ ଆଣିଥିଲେ। କେବଳ ବାରାମ୍ବାର ମିଥ୍ୟା ପ୍ରତିଶୃତି ମାନ ଦେଉଥିବରୁା ବାଧ୍ୟ ହୋଇ ସ୍ଥାନୀୟ ବ୍ଲକ କୃଷକ ମଞ୍ଚ ପ୍ରସାସନର କାର୍ଯ୍ୟକଳାପ ଓ ମିଥ୍ୟା ପ୍ରତିଶୃତ ବିରୋଧରେ ଆମରଣ ଅନଶନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲା। କୃଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ କୃଷକ ମାନଙ୍କ ସମେତ କୋଶଳସେନା ଓ ପଶ୍ଚିମ ଓଡ଼ିିିଶା ଯୁୁବାମଞ୍ଚ କର୍ମକର୍ତ୍ତା ମାନେ ସମର୍ଥର୍ନ ଜଣାଇ ଧାରଣାସ୍ଥଳରେ ବସିଥିଲେ। ଅନଶନର ୩୦ଘଣ୍ଟା ବିତିଛି।
ଆଗାମି ଦିନରେ ସ୍ଥିତି ଭୟଙ୍କର ରୂପ ନେବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ। ଆଜି ପୁର୍ବାହ୍ନରେ ପୁଲିସ ବାହିନୀଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଅନଶନରେ ବସିଥିବା ଚାଷୀମାନଙ୍କ ବାରାମ୍ବାର ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ରକ୍ତଚାପ ଚେକ କରୁଥିବା ଦେଖିବାକୁ ମିଳିଥିଲା। ଚାଷୀମାନଙ୍କ କହିବା କଥା ଯୋଗାଣ ବିଭାଗ ଜାଣିଶୁଣି ଆମପ୍ରତି ଅସହଯୋଗିତା ମୂଳକ ଖେଳ ଖେଳୁଛି। ପୁର୍ବରୁ ସରକାରୀ କର୍ମକର୍ତ୍ତା ମାନଙ୍କ ଦ୍ୱାରା ମିଳିଥିବା ପ୍ରତିଶୃତି ଅବିଳମ୍ବେ ପୂରଣ କରାଯାଉ,ଟୋକନ ପ୍ରଦାନରେ ଟାଳଟୁଳ ନିତି ଓ ଧାନ ବିକ୍ରିରେ ସରଳିକରଣ ସମେତ ଆମର ନ୍ୟାର୍ଯ୍ୟ ୬ଦଫା ଦାବୀର ସମାଧାନର ବାଟ ଖୋଲାଯାଉ ବୋଲି ପ୍ରତିବାଦ ଜଣାଇଥିଲେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories