www.samajalive.in
Sunday, December 7, 2025
13.1 C
Bhubaneswar

ମଧ୍ୟପ୍ରଦେଶରେ ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ସମୁଦାୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ହୋଇଥିବାବେଳେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିନେଇ ଭୟ ନକରିବାକୁ ଆଶ୍ୱାସନା ଦେଇଛନ୍ତି। ଜଣାଯାଇଛି ଯେ ରାଜ୍ୟରେ ଏହା ଡେଲଟା ପ୍ଲସ୍‍ ଭାରିଆଣ୍ଟର ପ୍ରଥମ ମୃତ୍ୟୁ ଘଟଣା। ମୃତକ ହେଉଛନ୍ତି ଜଣେ ମହିଳା ଏବଂ ସେ ଉଜ୍ଜୟିନ ଜିଲାର ବାସିନ୍ଦା ଥିଲେ। ରାଜ୍ୟରେ ଏପର୍ଯ୍ୟନ୍ତ ପାଞ୍ଚଜଣ କରୋନା ରୋଗୀଙ୍କ ଠାରେ ଡେଲଟା ପ୍ଲସ୍‍ ଭାରିଆଣ୍ଟ ଚିହ୍ନଟ କରାଯାଇସାରିଛି।

ସରକାରୀ ସୂତ୍ରରୁ କୁହାଯାଇଛି ଯେ ଏହି କରୋନା ସଂକ୍ରମିତ ମହିଳା ଜଣ ପଟିଦାର ଡାକ୍ତରଖାନାରେ ମଇ ମାସ ୨୩ ତାରିଖରେ ପ୍ରାଣ ହରାଇଥିଲେ। ସେ କରୋନା ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ତାଙ୍କ ମୃତ୍ୟୁପରେ ନମୁନା ପରୀକ୍ଷା ରିପୋର୍ଟ ଆସିଛି ଏବଂ ସେ ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାଯାଇଛି। ତାଙ୍କ ସହିତ ଅନ୍ୟ ୧୪ଜଣଙ୍କର ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ଉକ୍ତ ମହିଳା ଓ ଅନ୍ୟ ଚାରିଜଣ ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଇତିମଧ୍ୟରେ ସେହି ଚାରିଜଣ ସୁସ୍ଥ ହୋଇସାରିଛନ୍ତି।

- Advertisement -

ଇତିମଧ୍ୟରେ କେନ୍ଦ୍ର ସରକାର ଡେଲଟା ପ୍ଲସ୍‍ ଭାରିଆଣ୍ଟକୁ ଚିନ୍ତାଜନକ ବୋଲି କହିସାରିଛନ୍ତି। ରାଜ୍ୟ ସରକାରମାନେ ଏହାକୁ ଗୁରୁତ୍ୱର ସହିତ ନେଇ ଆବଶ୍ୟକ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ସଂପ୍ରତି ଦେଶରେ ଦିଆଯାଉଥିବା ଟିକା କ୍ଷେତ୍ରରେ ନିଷ୍କ୍ରିୟ ହେଉଛି କି ନାହିଁ ତାହା ଜାଣିବାକୁ ଏକ ଅଧ୍ୟୟନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories