www.samajalive.in
Monday, December 15, 2025
26.1 C
Bhubaneswar

ଡେଲଟା ପ୍ଲସ୍‌ ପ୍ରଜାତିର ସଂକ୍ରମଣ ୨୦କୁ ବୃଦ୍ଧି

ମୁମ୍ବଇ: ଦେଶରେ ନୂଆ ପ୍ରଜାତିର କରୋନା ଭୂତାଣୁ ଡେଲଟା ପ୍ଲସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରଜାତିର ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଏବେ ୨୦ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ତାମିଲନାଡୁ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଏହି ନୂଆ ପ୍ରଜାତିର ସଂକ୍ରମଣ ଦେଖାଯାଇଛି। ଦ୍ରୁତ ସଂକ୍ରମିତ ହେଉଥିବା ଡେଲଟା ପ୍ରଜାତିର ଭୂତାଣୁ (ବି.୧.୬୧୭.୨) ପରିବର୍ତ୍ତନ ହୋଇ ଡେଲଟା ପ୍ଲସ୍‌ ବା (ଏୱାଇ.୧) ପ୍ରଜାତି ସୃଷ୍ଟି ହୋଇଛି। ଏହି ନୂଆ ପ୍ରଜାତି ଭୂତାଣୁର ସଂକ୍ରମଣ ବେଗ, ଗୁଣ ଓ ଲକ୍ଷଣ ଉପରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନଜର ରଖିଛନ୍ତି ବୋଲି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦେଶକ ଡାକ୍ତର ସୁଜିତ ସିଂହ କହିଛନ୍ତି।

ଡାକ୍ତର ସିଂହ କହିଛନ୍ତି ଯେ ସଂକ୍ରମିତଙ୍କ ନମୁନା ପରୀକ୍ଷା କରାଯାଉଛି। ଗତ ମାର୍ଚ୍ଚରେ ଏହି ପ୍ରଜାତିର ଭୂତାଣୁ ୟୁରୋପରେ ଦେଖାଯାଇଥିଲା ମାତ୍ର ଜୁନ୍ ୧୩ରେ ଏହି ଭୂତାଣୁ ସାର୍ବଜନୀନ ହୋଇଥିଲା। କେନ୍ଦ୍ର ସରକାର ଏହି ନୂଆ ପ୍ରଜାତିର ଭୂତାଣୁ ସମ୍ପର୍କରେ ଦିନେ ଦୁଇଦିନ ମଧ୍ୟରେ ମତ ରଖିବେ। ଜୁନ୍‌ ୭ ସୁଦ୍ଧା ଭାରତରେ ୬ଟି ଡେଲଟା ପ୍ଲସ୍ ମାମଲା ଚିହ୍ନଟ ହୋଇଥିଲା। ମହାରାଷ୍ଟ୍ର ଡାକ୍ତରୀ ଶିକ୍ଷା ଓ ଗବେଷଣା ବିଭାଗ ମୁଖ୍ୟ ଡାକ୍ତର ଟିପି ଲାହାନେ କହିଛନ୍ତି ଯେ ନଭି ମୁମ୍ବଇ, ପାଲଘର ଓ ରତ୍ନଗିରିରୁ ଡେଲଟା ପ୍ଲସ୍ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି। ୮ ସଂକ୍ରମିତଙ୍କ ମଧ୍ୟରୁ ରତ୍ନଗିରିରେ ୫ଜଣ ଅଛନ୍ତି। ଅଧିକ ସଂକ୍ରମିତ ଚିହ୍ନଟ ଲାଗି ପ୍ରତି ଜିଲାରୁ ୧୦୦ଟି ଲେଖାଏଁ ନମୁନା ପଠାଇବାକୁ କୁହାଯାଇଛି। ଗୁରୁତର ସଂକ୍ରମିତଙ୍କଠାରୁ ନମୁନା ସଂଗ୍ରହ କରିବାକୁ କୁହାଯାଇଛି। ରାଜ୍ୟ କରୋନା ପରିଚାଳନା କମିଟି ସଦସ୍ୟ ଡାକ୍ତର ରାହୁଲ ପଣ୍ଡିତ କହିଛନ୍ତି ଯେ ପ୍ରତ୍ୟେକ ନୂଆ ପ୍ରଜାତି ଉଭୟ ଆଗ୍ରହ ଓ ଉଦ୍‌ବେଗର ବିଷୟ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories