ରୁଷ୍‌ ଉପରେ ଆମେରିକାର କଟକଣା

0

ୱାଶିଂଟନ : ରୁଷ୍‌ର ୧୯ଜଣ ବ୍ୟକ୍ତିବିଶେଷ, ୫ଟି ସଂଗଠନ ଉପରେ ଆମେରିକା କଟଣା ଲାଗୁ କରିଛି। ୨୦୧୬ରେ ଆରେମିକାର ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟସ୍ଥତା ଓ ସାଇବର ଆକ୍ରମଣ ପାଇଁ ରୁଷ ବିରୋଧରେ ଏହି କଟକଣା ଲାଗୁ କରାଯାଇଛି। କଟକଣା ଲାଗୁ ହୋଇଥିବା ସଂଗଠନ ମଧ୍ୟରେ ରୁଷ୍‌ର ଗୁଇନ୍ଦା ବିଭାଗ ରହିଛି। ଆମେରିକାର ଟ୍ରେଜେରୀ ସଚିବ ଷ୍ଟିଭ୍‌ ମୁଚିନ କହିଛନ୍ତି ଯେ ରୁଷ ସରକାର ଓ ସଂଗଠନ ଆମେରିକାରେ ଅସ୍ଥିରତା ସୃଷ୍ଟି ପାଇଁ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ରୁଷ ବିରୋଧରେ ଅଧିକରୁ ଅଧିକ କଟକଣା ଲାଗୁ କରାଯିବ। ଟ୍ରମ୍ପଙ୍କ ପ୍ରଶାସନ ରୁଷର ସାଇବର କାର୍ଯ୍ୟକଳାପକୁ ସମାଲୋଚନା କରିଛି। ରୁଷ ବେଆଇନ ଭାବେ ସାଇବର ଆକ୍ରମଣ କରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ତଥ୍ୟ ଚୋରି କରୁଛି ବୋଲି ଆମେରିକା କହିଛି। ଆମେରିକା ଗୁଇନ୍ଦା ବିଭାଗ ସ୍ପଷ୍ଟ କରିଛି ଯେ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ରୁଷ୍‌ ହସ୍ତକ୍ଷେପ କରିଥିଲା। ବିଶେଷକରି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ନିର୍ବାଚନ ପ୍ରଚାରକୁ ନେବା ଲାଗି ଯୋଜନା କରିଥିଲା। ତେବେ ଆମେରିକାର ଏପରି ଅଭିଯୋଗକୁ ରୁଷ ଖଣ୍ଡନ କରିଆସିଛି।

Leave A Reply