www.samajalive.in
Sunday, December 14, 2025
19.1 C
Bhubaneswar

ମହାରାଷ୍ଟ୍ରରେ ଡେଲଟା ପ୍ଲସ୍‌, ଆଣିପାରେ ତୃତୀୟ ଲହର

ମୁମ୍ବଇ: ମହାରାଷ୍ଟ୍ରରେ ଡେଲଟା ପ୍ଲସ୍‌ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି। ରାଜ୍ୟରୁ ରତ୍ନଗିରି, ନଭି ମୁମ୍ବଇ ଓ ପାଲଘର ଅଞ୍ଚଳରୁ ସଂଗୃହୀତ ନମୁନାରେ ଡେଲଟା ପ୍ଲସ୍ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ତଥ୍ୟ ଅନୁଯାୟୀ ରାଜ୍ୟରେ ୭ଟି ଡେଲଟା ପ୍ଲସ୍ ପ୍ରଜାତି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ପ୍ରଜାତିର ସଂକ୍ରମଣକୁ ନେଇ ରାଜ୍ୟରେ ଏବେ ତୃତୀୟ ଲହରର ଚର୍ଚ୍ଚା ଆରମ୍ଭ ହୋଇଛି। କରୋନାର ଦ୍ବିତୀୟ ଲହରରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ପାଇଥିବାବେଳେ ଏବେ ଏହି ନୂଆ ପ୍ରଜାତି ଭୂତାଣୁ ତୃତୀୟ ଲହର ଆସିବାକୁ ଯାଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ଲହର ସଂକ୍ରମଣ ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିବାବେଳେ ଏବେ ତୃତୀୟ ଲହର ମଧ୍ୟ ମହାରାଷ୍ଟ୍ରରୁ ଆରମ୍ଭ ହେବାକୁ ଯାଉଛି।

ଡେଲଟା ପ୍ରଜାତି (ବି.୧.୬୧୭.୨) ଭୂତାଣୁର ଗୁଣସୂତ୍ରରେ ପରିବର୍ତ୍ତନ ହୋଇ ଡେଲଟା ପ୍ଲସ ଭୂତାଣୁ ସୃଷ୍ଟି ହୋଇଛି। ଏହି ଡେଲଟା ପ୍ଲସ୍ ଭୂତାଣୁ ଏବେ ଉଦ୍‌ବେଗର ବିଷୟ ହୋଇଥିବାବେଳେ ଏହାର ଗୁଣ ଓ ଲକ୍ଷଣ ବାବଦରେ କିଛି ଜଣାପଡି ନାହିଁ। ନୂଆ ପ୍ରଜାତିର ଭୂତାଣୁର ଗୁଣ ଓ ଲକ୍ଷଣ ବାବଦରେ ଜାଣିବା ଲାଗି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ମଧ୍ୟ ଚାଲିଛି। ଏହି ଡେଲଟା ପ୍ଲସ୍ ଭୂତାଣୁ ହିଁ ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆଣିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ମହାରାଷ୍ଟ୍ର ଭେଷଜ ଶିକ୍ଷା ଓ ଗବେଷଣା ନିର୍ଦେଶାଳୟ (ଡିଏମ୍ଇଆର)ର ନିର୍ଦେଶକ ଡାକ୍ତର ଟିପି ଲାହେନେ କହିଛନ୍ତି ଯେ ନଭି ମୁମ୍ବଇ, ପାଲଘର ଓ ରତ୍ନଗିରିରୁ ଡେଲଟା ପ୍ଲସ୍ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି। ୭ ସଂକ୍ରମିତଙ୍କ ମଧ୍ୟରୁ ରତ୍ନଗିରିରେ ୫ଜଣ ଅଛନ୍ତି। ରତ୍ନଗିରିରେ ସଂକ୍ରମଣ ହାର ୧୩.୭% ରହିଛି। ଯେତେବେଳେ କି ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ହାର ୫.୮%। ରତ୍ନଗିରି ସହିତ ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର, ସିନ୍ଧୁଦୁର୍ଗ, ରାଇଗଡ ଓ ସାଙ୍ଗଲି ଜିଲାରେ ସଂକ୍ରମଣ ଅଧିକ ରହିଛି। ନୂଆ ପ୍ରଜାତିର ସଂକ୍ରମିତ ଚିହ୍ନଟ ହୋଇଥିବା ସମ୍ପୂର୍ଣ୍ଣ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣଙ୍କ ଠାରେ ଲକ୍ଷଣ ନାହିଁ। ସଂକ୍ରମିତ ବ୍ୟକ୍ତି ବାହାର କେଉଁ ଆଡେ ଯିବାର ତଥ୍ୟ ନାହିଁ। ତେବେ ଗ୍ରାମର ଅନ୍ୟ ଲୋକମାନେ ନିୟମିତ ଭାବେ ବାହାରକୁ ଯିବା ଆସିବା କରିଥାନ୍ତି। ବୁଧବାର ମହାରାଷ୍ଟ୍ରର କୋଭିଡ ପରିଚାଳନା କମିଟି କହିଥିଲା ଯେ ଡେଲଟା ପ୍ଲସ୍ ପ୍ରଜାତି ଯୋଗଁୁ ରାଜ୍ୟରେ ତୃତୀୟ ଲହର ଆସିବ। ଏପରିକି ୨ରୁ ୪ ସପ୍ତାହ ମଧ୍ୟରେ ରାଜ୍ୟରେ ତୃତୀୟ ଲହର ଆସିବ ବୋଲି କମିଟି ଗତ ବୁଧବାର କହିଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ ତୃତୀୟ ଲହରର ପ୍ରସ୍ତୁତି ବୈଠକ କରିବାବେଳେ ଏପରି ଆଶଙ୍କା ବ୍ୟକ୍ତ କରାଯାଇଥିଲା।

- Advertisement -

ସେହିପରି ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶନିବାର କହିଥିଲେ ଯେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନାର ତୃତୀୟ ଲହର ଆସିବ। ତୃତୀୟ ଲହରକୁ ରୋକିବାକୁ ହେଲେ କରୋନା ସତର୍କତା ଓ ନିୟମକୁ କଡାକଡି ପାଳନ ଉପରେ ଡାକ୍ତର ଗୁଲେରିଆ ଗୁରୁତ୍ବ ଦେଇଥିଲେ। ଶନିବାର ମହାରାଷ୍ଟ୍ରରେ ୮,୯୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୫୭ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଭୋପାଳରେ ପ୍ରଥମ ଡେଲଟା ପ୍ଲସ୍ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଥିଲା। ନୂଆ ପ୍ରଜାତିର କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ୬୫ବର୍ଷର ବୃଦ୍ଧା ଏବେ ସୁସ୍ଥ ଅଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories