www.samajalive.in
Sunday, December 14, 2025
26.1 C
Bhubaneswar

ଜରୁରୀ ନୁହେଁ ଆଗୁଆ ପଞ୍ଜୀକରଣ, ଦିନକୁ ଦିଆଯିବ ୫୦ଲକ୍ଷ ଟିକା

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶରେ ନୂଆ କରୋନା ଟିକାକରଣ ନୀତି ଲାଗୁ ହେବ। ନୂଆ ନୀତି ଅନୁଯାୟୀ ଟିକା ନେବା ଲାଗି କୋ-ୱିନ ଆପ୍‌ରେ ଆଗୁଆ ନାମ ପଞ୍ଜୀକରଣ କିମ୍ବା ସମୟ ଧାର୍ଯ୍ୟ (ସ୍ଲଟ୍‌ ବୁକିଂ)ର ଆବଶ୍ୟକତା ନାହିଁ। ହତାଧିକାରୀ ଟିକାକେନ୍ଦ୍ରକୁ ଯାଇ ସେଠାରେ ନାମ ପଞ୍ଜୀକରଣ କରି ଟିକା ନେଇ ପାରିବେ।

୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କ ପାଇଁ ଏହି ନୀତି ଲାଗୁ ହେବ। ସେହିପରି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ। ୧୮ରୁ ୪୪ବର୍ଷର ନାଗରିକଙ୍କ ଟିକା ବାବଦ ଖର୍ଚ୍ଚ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ ନାହିଁ। ଜୁନ୍ ୭ରେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଅନ୍ୟପଟେ ଦେଶରେ ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ସୋମବାର ଠାରୁ ଦୈନିକ ୫୦ଲକ୍ଷ ପାନ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏପ୍ରିଲ ୬ରେ ଗୋଟିଏ ଦିନରେ ସର୍ବାଧିକ ୪୩ଲକ୍ଷ ପାନ ଟିକାକରଣ କରାଯାଇଥିଲା। ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories