www.samajalive.in
Saturday, December 6, 2025
15.1 C
Bhubaneswar

ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କମିଟି ରିପୋର୍ଟ ଖୁବଶୀଘ୍ର

ନୂଆଦିଲ୍ଲୀ: ଜାତୀୟସ୍ତରରେ ବେତନ ସୀମା ଏବଂ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ଗଠିତ ବିଶେଷଜ୍ଞ କମିଟି ତାଙ୍କର ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବେ। ଏହି ପ୍ରସଙ୍ଗ ଉପରେ ବୈଷୟିକ ତଥ୍ୟ ପ୍ରଦାନ ଏବଂ ଆବଶ୍ୟକ ସୁପାରିଶ କରିବାକୁ ଉକ୍ତ କମିଟି ଗଠନ କରାଯାଇଛି। ଏହି ବିଶେଷଜ୍ଞ କମିଟିର କାର୍ଯ୍ୟକାଳ ତିନିବର୍ଷ ରଖାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କମିଟିକୁ ତାହାର ରିପୋର୍ଟ ଯଥାଶୀଘ୍ର ପ୍ରଦାନ କରିବାକୁ କୁହାଯାଇଛି। ଇତିମଧ୍ୟରେ ଏହି କମିଟିର ପ୍ରଥମ ବୈଠକ ଚଳିତ ଜୁନ୍‍ ମାସ ୧୪ ତାରିଖରେ ଅନୁଷ୍ଠିତ ହୋଇସାରିଛି ଏବଂ ଦ୍ୱିତୀୟ ବୈଠକ ଆଗାମୀ ୨୯ ତାରିଖରେ ହେବାକୁ ଯାଉଛି। କମିଟି ସଂପ୍ରତି ଜାତୀୟ ସ୍ତରରେ ବେତନ ସୀମା ଏବଂ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ସମ୍ପର୍କିତ ବିଭିନ୍ନ ବିଷୟକୁ ଅନୁଧ୍ୟାନ କରୁଛନ୍ତି। ଏହାପରେ ସେସବୁକୁ ଭିତ୍ତିକରି ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories