www.samajalive.in
Saturday, December 6, 2025
15.1 C
Bhubaneswar

ସୀମାରେ ଧରାପଡିଲେ ୫ ବାଂଲାଦେଶୀ; ଲୁଚିଛପି ଭାରତ ଆସୁଥିଲେ

କୋଲକାତା: ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନମାନେ ଭାରତ-ବାଂଲାଦେଶ ସୀମାନ୍ତରୁ ୫ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ ଚାରିଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଏହି ବାଂଲାଦେଶୀ ନାଗରିକମାନେ ଲୁଚିଛପି ସୀମା ଡେଇଁ ଭାରତ ଆସିବାକୁ ଉଦ୍ୟମ କରୁଥିଲେ। ବିଏସଏଫ ସୂତ୍ରରୁ ପ୍ରକାଶ ଯେ ଧରାପଡିଥିବା ଏହି ବାଂଲାଦେଶୀ ନାଗରିକମାନେ ବାଂଲାଦେଶର ଜେସୋର ଏବଂ ନାରାଲି ଜିଲାର ବାସିନ୍ଦା। ବିଏସଏଫର ୦୮ ବାଟାଲିଅନର ମହେନ୍ଦ୍ର ଆଉଟପୋଷ୍ଟରେ ମୁତୟନ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଉକ୍ତ ବାଂଲାଦେଶୀ ନାଗରିକଙ୍କୁ ଏକ କଦଳୀ ବଗିଚା ମଧ୍ୟରେ ଲୁଚି ରହିଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଗିରଫ କରାଯାଇ ଆଉଟପୋଷ୍ଟକୁ ଅଣାଯାଇଥିଲା। ଯବାନମାନେ ସେମାନଙ୍କୁ ପଚରା ଉଚରା କରିବାପରେ ସେମାନେ ଭାରତକୁ ଅନେକ ଥର ଏହିଭଳି ଆସିଥିବା କହିଛନ୍ତି। ଗିରଫ ବାଂଲାଦେଶୀମାନେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସେମାନେ ମୁମ୍ବଇରେ ବିଭିନ୍ନ ସ୍ଥାନରେ କାମ କରୁଥିଲେ। ସୀମା ଅତିକ୍ରମ କରିବାକୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଭାରତର ଜଣେ ଦଲାଲ ହାଫିଜୁଲକୁ ୧୦ରୁ ୧୨ ହଜାର ଟଙ୍କା ଦେଇଥିବା ମଧ୍ୟ କହିଛନ୍ତି। ଗିରଫ ବାଂଲାଦେଶୀ ନାଗରିକଙ୍କୁ ଅଧିକ ତଦନ୍ତ ନିମନ୍ତେ ଉତ୍ତର ୨୪ ପ୍ରଗଣା ଜିଲାର ହଂସଖାଲିସ୍ଥିତ ପଶ୍ଚିମବଙ୍ଗ ପୁଲିସ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories