www.samajalive.in
Saturday, December 6, 2025
15.1 C
Bhubaneswar

ମୁହଁ ଖୋଲିଲେ ମାଇକେଲ ଜ୍ୟାକସନଙ୍କ ଝିଅ ପ୍ୟାରିସ ଜ୍ୟାକସନ

ନ୍ୟୁୟର୍କ: ବିଶ୍ୱର ପପ୍‍ ସଂଗୀତର ବାଦଶାହ ଭାବେ ପରିଚିତ ମାଇକେଲ ଜ୍ୟାକସନଙ୍କ ଝିଅ ପ୍ୟାରିସ ଜ୍ୟାକସନ ଏବେ ପାପାରାଜିମାନଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ପ୍ୟାରିସ କହିଛନ୍ତି, ପିଲାଦିନେ ଚର୍ଚ୍ଚିତ ଚେହେରାଙ୍କ ଫଟୋ ଉଠାଇବାକୁ ସେମାନଙ୍କ ପଛରେ ପଡିଯାଉଥିବା ଫଟୋଗ୍ରାଫର (ପାପାରାଜି) ଯେଉଁଭଳି ଭାବରେ ଲଗାତାର ତାଙ୍କୁ ଫୋକସ କରି କ୍ୟାମେରା ଫ୍ଲାସ ଲାଇଟ କ୍ଲିକ କରିଥିଲେ, ତାହା ତାଙ୍କୁ ଗଭୀର ମାନସିକ ଅବସାଦ ମଧ୍ୟକୁ ନେଇଯାଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ସେ ଘରୁ ବାହାରିବା ମାତ୍ରେ ଏହି ପାପାରାଜିମାନେ ତାଙ୍କ ପଛରେ ପଡିଯାଉଥିଲେ। ଏହାର ପରିଣତିରେ ସେ ଯେତେବେଳେ ଏକା ବସୁଥିଲେ କିମ୍ବା କିଛି କାମ କରୁନଥିଲେ, ସେତେବେଳେ ତାଙ୍କ କାନରେ କେବଳ କ୍ୟାମେରା କ୍ଲିକ୍‍ ହେବା ଶବ୍ଦ ଶୁଭୁଥିଲା। ତାହାସହିତ ତାଙ୍କ ମନ ଭିତରେ ନାନା ପ୍ରକାର ନକାରାତ୍ମକ ଭାବନା ସୃଷ୍ଟି ହେଉଥିଲା। ସତେ ଯେମିତି ସେ ଏହି ଗ୍ରହରେ ନାହାନ୍ତି, ତାଙ୍କ ଆତ୍ମା ଘୁରି ବୁଲୁଛି- ସେହି ସମୟ ତାଙ୍କୁ ଖୁବ ଯନ୍ତ୍ରଣା ଦେଇଥିବା କହିଛନ୍ତି ପ୍ୟାରିସ ଜ୍ୟାକସନ। ସୂଚନାଯୋଗ୍ୟ ଯେ ପ୍ୟାରିସଙ୍କର ଉପୟ ପୁରୁଷ ଓ ମହିଳା ବନ୍ଧୁ ରହିଛନ୍ତି। ଏକଦା ତାଙ୍କ ପରିବାର ଲୋକମାନେ ତାଙ୍କର ଲିଙ୍ଗକୁ ନେଇ ଚିନ୍ତାରେ ରହିଥିବାବେଳେ ପ୍ୟାରିସ ତାଙ୍କ ଭାଇ ପ୍ରିନ୍ସ, ପ୍ରିନ୍ସ ମାଇକେଲ-୨ ଏବଂ ଦୀର୍ଘକାଳର ପାରିବାରିକ ବନ୍ଧୁ ଓମର ଭଟ୍ଟିଙ୍କ ନିକଟରୁ ଏ କ୍ଷେତ୍ରରେ ଯଥେଷ୍ଟ ସହଯୋଗ ଓ ସମର୍ଥନ ପାଇଛନ୍ତି। ପ୍ୟାରିସ କହିଛନ୍ତି ଯେ ଭୀଷଣ ମାନସିକ ଅବସାଦ କାରଣରୁ ସେ କେତେଥର ନିଜ ଶରୀର ପ୍ରତି କ୍ଷତି ପହଞ୍ଚାଇବା ସହିତ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି। ତେବେ ସଂଗୀତ ତାଙ୍କ ଯନ୍ତ୍ରଣା ଉପଶମ କରିବାରେ ଯଥେଷ୍ଟ ସହାୟକ ହୋଇଛି। ଗତବର୍ଷ ନଭେମ୍ବର ମାସରେ ତାଙ୍କର ପ୍ରଥମ ଏକକ ଆଲବମ ଉନ୍ମୋଚିତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories