www.samajalive.in
Friday, December 5, 2025
17.1 C
Bhubaneswar

ରୋଗିଣା ମାଲିକାଣୀଙ୍କ ଆମ୍ବୁଲାନ୍ସ ପଛରେ ଧାଇଁଲା

ଇସ୍ତାନବୁଲ: କୁକୁର ଏକ ପ୍ରାଣୀ ହେଲେ ମଧ୍ୟ ତାହା କିଭଳି ମାଲିକର ବିଶ୍ୱସ୍ତ ତାହା ଅନେକ ଥର ସର୍ବସମ୍ମୁଖକୁ ଆସିସାରିଛି। ମାଲିକର ଜୀବନ ବଞ୍ଚାଇବା ପାଇଁ ପୋଷା କୁକୁର ନିଜ ଜୀବନକୁ ବାଜି ଲଗାଇଥିବା ମଧ୍ୟ ଅନେକ ଘଟଣାରେ ଦେଖିବାକୁ ମିଳିଛି। ନିକଟରେ ଏହିଭଳି ଏକ ହୃଦୟକୁ ଛୁଇଁବାଭଳି ଘଟଣା ଘଟିଛି। ନିଜ ମାଲିକାଣୀ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଗଲା। ଘରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପୋଷା କୁକୁର ମାଲିକାଣୀଙ୍କ ପିଛାକଲା। କିନ୍ତୁ ଆମ୍ବୁଲାନ୍ସ ବାହାରେ ସମସ୍ତେ ତାକୁ ତଡିଦେଲେ। ମାଲିକାଣୀଙ୍କୁ ଧରି ଆମ୍ବୁଲାନ୍ସ ଡାକ୍ତରଖାନା ଅଭିମୁଖେ ଚାଲିଲା। କୁକୁରଟି ତା’ ପଛେପଛେ ଧାଇଁ ଧାଇଁ ଡାକ୍ତରଖାନା ଦୁଆରମୁହଁରେ ପହଞ୍ଚିଲା।

ଘଟଣା ଘଟିଛି ତୁର୍କୀ ରାଜଧାନୀ ଇସ୍ତାନବୁଲରେ। ଇସ୍ତାନବୁଲର ବୁୟୁକାଡା ଦ୍ୱୀପର ବାସିନ୍ଦା ମହିଳା ଜଣକ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପୋଷା କୁକୁର ତାଙ୍କ ପାଖେ ପାଖେ ସବୁ ସମୟରେ ରହୁଥିଲା। ତେବେ ମହିଳାଙ୍କର ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିବାକୁ ଡାକ୍ତରମାନେ ନିଷ୍ପତ୍ତି ନେଲେ। ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚିଲା, ମାଲିକାଣୀଙ୍କୁ ହ୍ୱିଲ ଚେୟାରରେ ବସାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଗଲା ଏବଂ ଭିତରେ ଶୁଆଇ ଦିଆଗଲା। କୁକୁରଟି ବାହାରେ ଥାଇ ସବୁ ନିରୀକ୍ଷଣ କରୁଥିଲା। ଆମ୍ବୁଲାନ୍ସର ଦରଜା ବନ୍ଦହେବା ପୂର୍ବରୁ କୁକୁରଟି ଭିତରକୁ ଚେଷ୍ଟାକଲା। କିନ୍ତୁ ରୋଗୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ପୋଷା ଜୀବକୁ ଆମ୍ବୁଲାନ୍ସ ଭିତରକୁ ଆସିବା ଅନୁମତି ନଥିବାରୁ ତାକୁ ଘର ବାହାରେ ଛାଡି ଆମ୍ବୁଲାନ୍ସ ଚାଲିଲା। କିନ୍ତୁ କୁକୁରର ମନ ବୁଝିଲା ନାହିଁ। ଆମ୍ବୁଲାନ୍ସ ପଛରେ ଧାଇଁବାକୁ ଲାଗିଲା। ଶେଷରେ ସେ ଆମ୍ବୁଲାନ୍ସ ପଛେପଛେ ଡାକ୍ତରଖାନାରେ ପହଞ୍ଚି ବାହାରେ ଦୀର୍ଘ ସମୟ ଅପେକ୍ଷା କଲା। ମାଲିକାଣୀଙ୍କ ଅନୁରୋଧ ପରେ ଡାକ୍ତରମାନେ କୁକୁରକୁ ଭିତରକୁ ଆସିବାକୁ ଅନୁମତି ଦେଲେ ଏବଂ ସେ ମାଲିକାଣୀଙ୍କୁ ଭେଟିଲା। ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଏବେ ଚର୍ଚ୍ଚିତ ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories