www.samajalive.in
Sunday, December 14, 2025
19.1 C
Bhubaneswar

ଗୋରୁଗାଈଙ୍କ ଅଭୟାରଣ୍ୟ ପାଲଟିଛି ବନ୍ଦ ବିଦ୍ୟାଳୟ!

ସାରନଗରୀ : ବିଗତ ୯ ବର୍ଷରୁ ଉର୍ଦ୍ଧ ହେବ ସାରନଗରୀ ସ୍ଥିତ ଓଡ଼ିଆ ମାଧ୍ୟମ ଇସ୍ପାତ ହାଇସ୍କୁଲ ବନ୍ଦ ହୋଇ ଯାଇଛି । ଉକ୍ତ ବିଦ୍ୟାଳୟର ଭିତର ଓ ବାହାର ପରିସର ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି । ବିଦ୍ୟାଳୟ ବାହାର ପରିସର ଘାସ ଲତାରେ ପୂର୍ଣ୍ଣ ହୋଇଯିବା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି । ଏଠାରେ ସକାଳ ଠାରୁ ଆରମ୍ଭ କରି ସଂଜ ନଇଁବା ଯାଏ ଗାଈ, ମଇଁଷି ଘାସ ଚରିବା ପାଇଁ ବିଚରଣ କରୁଛନ୍ତି ।
ଅପରପକ୍ଷରେ ଉକ୍ତ ବିଦ୍ୟାଳୟର ସମ୍ମୁଖ ଭାଗରେ ରହିଛି ଆରଏସପି କ୍ୱାର୍ଟର ।
ସାରନଗରୀ ତଥା ଆଖପାଖରେ ଥିବା ଖଟାଲ ମାଲିକ ମାନେ ସେମାନଙ୍କ ଗାଈ, ମଇଁଷି ମାନଙ୍କୁ ବିଦ୍ୟାଳୟ ପରିସରରେ ଘାସ ଚରିବା ପାଇଁ ନିର୍ଭୟରେ ଛାଡ଼ି ଦେଉଥିବା ଅଭିଯୋଗ ହୋଇଛି । ପ୍ରତିଦିନ ପ୍ରାୟ ୨୦ରୁ ଉର୍ଦ୍ଧ ଗାଈ, ମଇଁଷି ଏଠାରେ ଘାସ ଚରିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ମଇଁଷି ମାନେ ଘାସ ଚରିବା ସହ ସମୟ ସମୟରେ ରାସ୍ତା ଓ ନିକଟସ୍ଥ ସୁପର ମାର୍କେଟ ଅଂଚଳକୁ ପଶି ଆସୁଛନ୍ତି । ଫଳରେ ଯାହାର ଦୁର୍ଦ୍ଦଶା ସ୍ଥାନୀୟ ଲୋକଙ୍କୁ ଭୋଗିବାକୁ ପଡୁଛି । କେତେକ ସ୍ଥଳେ ଗାଈ, ମଇଁଷି ମାନଙ୍କ ଆକ୍ରମଣର ଶୀକାର ସ୍ଥାନୀୟ ଲୋକ ମାନଙ୍କୁ ହେବାକୁ ପଡୁଛି । ଉକ୍ତ ବିଦ୍ୟାଳୟର ସମ୍ମୁଖ ଗେଟ ଖୋଲା ରହିବା କାରଣରୁ ଅନ୍ୟାନ ପଶୁମାନେ ଏହା ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ଏଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories