www.samajalive.in
Saturday, December 6, 2025
17.1 C
Bhubaneswar

ସନ୍ଦିଗ୍ଧ ଚାଇନା ଗୁଇନ୍ଦା ଗିରଫ

କୋଲକାତା: ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଜବାନମାନେ ଗୁରୁବାର ଜଣେ ସନ୍ଦିଗ୍ଧ ଚାଇନା ଗୁଇନ୍ଦାକୁ ଗିରଫ କରିଛନ୍ତି। ସେ ବେଆଇନ ଭାବରେ ବାଂଲାଦେଶ ପଟୁ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ପଶ୍ଚିମବଙ୍ଗର ମାଲଦା ଜିଲାରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ହାନ୍‍ ଜୁନୱେ ଏବଂ ବୟସ ୩୬ ବର୍ଷ ବୋଲି ଜଣ।।ଇଛି। ଚୀନର ହୁବେଇ ପ୍ରଦେଶର ସେ ବାସିନ୍ଦା। ବାଂଲାଦେଶକୁ ସେ ଜୁନ୍‍ ୨ ତାରିଖରେ ପ୍ରବେଶ କରିଥିଲେ। ହାନଙ୍କ ଗିରଫ ବିଏସଏଫ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି। ବିଏସଏଫ ସୂତ୍ର ଅନୁଯାୟୀ ଏକ ଚାଇନ ଗୁଇନ୍ଦା ସଂସ୍ଥା ପାଇଁ ସେ ଭାରତରେ କାମ କରୁଥିଲେ ଏବଂ ତାଙ୍କୁ ଖୋଜା ଚାଲିଥିଲା। ସେ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଉତ୍ତରପ୍ରଦେଶରେ ଏକ ମାମଲା ରହିଛି। ଏପରିକି ଗୁରୁଗ୍ରାମରେ ତାଙ୍କର ହୋଟେଲ ରହିଛି ଏବଂ ତାହାର ନାମ ‘ଷ୍ଟାର ସ୍ପ୍ରିଂ’ ବୋଲି ସେ ବିଏସଏଫ ନିକଟରେ ପ୍ରକାଶ କରିଛନ୍ତି। ସେ ଚାରିଥରରୁ ଅଧିକ ଭାରତ ଆସିଥିବା ପ୍ରକାଶ କରିଛନ୍ତି। ତାଙ୍କୁ ଗିରଫ କରାଯିବା ପରେ ଭାରତର ସମସ୍ତ ଗୁଇନ୍ଦା ସଂସ୍ଥା ମିଳିତ ଭାବରେ ତାଙ୍କୁ ଜେରା କରିବା ଆରମ୍ଭ କରିଛନ୍ତି। ତାଙ୍କ ନିକଟରୁ କିଛି ଇଲେକଟ୍ରୋନିକ ଉପକରଣ, ମୋବାଇଲ ଫୋନ ଆଦି ଜବତ କରାଯିବା ପରେ ତାଙ୍କୁ ନେଇ ସନ୍ଦେହ ବୃଦ୍ଧିପାଇଚି। ବିଏସଏଫ ସୂତ୍ରରୁ ପ୍ରକାଶ ଯେ ମାଲିକ ସୁଲତାନପୁର ସୀମାନ୍ତ ଆଉଟପୋଷ୍ଟ ଅଧୀନରେ ଥିବା ଏକ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ଅତି ସନ୍ତର୍ପଣରେ ସୀମାନ୍ତ ଡେଇଁ ଦଉଡି ପଳାଇବାକୁ ଚେଷ୍ଟା କରୁଥିବାବେଳେ ସଜାଗ ଯବାନମାନେ ତାଙ୍କ ପିଛାକରି ଗିରଫ କରିଥିଲେ। ପରେ ତାଙ୍କୁ ମୋହାଦିପୁରସ୍ଥିତ ସୀମାନ୍ତ ଆଉଟପୋଷ୍ଟକୁ ଅଣାଯାଇଥିଲା। ତାଙ୍କୁ ଅଧିକ ପଚରା ଉଚରା କରାଯିବା ପରେ ଜଣାପଡିଥିଲା ଯେ ସେ ଜୁନ୍‍ ୨ ତାରିଖରେ ଏକ ବ୍ୟବସାୟ ଭିସା ବଳରେ ବାଂଲାଦେଶକୁ ପ୍ରବେଶ କରିବା ପରେ ସେଠାରେ ଜଣେ ଚାଇନା ସାଙ୍ଗ ସହିତ ରହିଥିଲେ। ଜୁନ୍‍ ୮ ତାରିଖରେ ସେ ବାଂଲାଦେଶର ଚାପେନୱାବଗଞ୍ଜସ୍ଥିତ ସୋନା ମସଜିଦକୁ ଆସି ସେଠାରେ ଏକ ହୋଟେଲରେ ରହିଥିଲେ। ଏହାପରେ ଭାରତକୁ ପ୍ରବେଶ ଉଦ୍ୟମ କରିବା ସମୟରେ ସେ ଧରାପଡିଯାଇଥିଲେ।

ପଚରା ଉଚରା ସମୟରେ ସେ କହିଛନ୍ତି ଯେ ପୂର୍ବରୁ ସେ ଭାରତକୁ ଚାରିଥର ଆସିସାରିଛନ୍ତି। ୨୦୧୦ରେ ସେ ହାଇଦରାବାଦକୁ ଏବଂ ୨୦୧୯ ପରେ ଦିଲ୍ଲୀ-ଗୁରୁଗ୍ରାମ ଅଞ୍ଚଳକୁ ତିନିଥର ଆସିଛନ୍ତି। ଗୁରୁଗ୍ରାମରେ ତାଙ୍କର ହୋଟେଲ ଷ୍ଟାର ସ୍ପ୍ରିଂ ରହିଛି ଏବଂ ସେଠାରେ କିଛି କର୍ମଚାରୀ ଚୀନ ଓ ଆଉ କିଛି ଭାରତର ରହିଛନ୍ତି। ଅଧିକ ଜେରା ପରେ ସେ କହିଥିଲେ ଯେ ହୁବେଇସ୍ଥିିତ ନିଜ ଘରକୁ ସେ ଯାଇଥିଲେ। ଏହାର କିଛିଦିନ ପରେ ତାଙ୍କର ଜଣେ ବ୍ୟବସାୟ ଅଂଶୀଦାର ସୁନ୍‍ ଜିଆଙ୍ଗ ତାଙ୍କୁ ୧୦ରୁ ୧୫ଟି ଭାରତୀୟ ମୋବାଇଲ ଫୋନ ସିମ୍‍ ତାଙ୍କ ପାଖକୁ ପଠାଇଥିଲେ। କିନ୍ତୁ କିଛିଦିନ ତଳେ ତାଙ୍କ ବ୍ୟବସାୟ ସହଯୋଗୀଙ୍କୁ ଉତ୍ତରପ୍ରଦେଶର ଆତଙ୍କବାଦ ନିରୋଧୀ ଦଳ ଗିରଫ କରିନେଇଛନ୍ତି। ସେହି ସାଙ୍ଗ ଜଣକ ତାଙ୍କ ନାମ ପ୍ରକାଶ କରିବାରେ ସେ ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି। ସେଥିପାଇଁ ଚୀନରେ ତାଙ୍କୁ ଭାରତୀୟ ଭିସା ମିଳିଲାନାହିଁ। ସେ ବାଂଲାଦେଶ ଅଥବା ନେପାଳ ବାଟ ହୋଇ ଭାରତ ଆସିବାକୁ ଚାହିଥିଲେ। ତାଙ୍କ ନିକଟରୁ ଗୋଟିଏ ଆପଲ ଲାପଟପ୍‍, ଦୁଇଟି ଆଇଫୋନ ମୋବାଇଲ, ଗୋଟିଏ ବାଂଲାଦେଶୀ ସିମ୍‍, ଗୋଟିଏ ଭାରତୀୟ ସିମ୍‍, ଦୁଇଟି ଚାଇନା ସିମ୍‍, ଦୁଇଟି ପେନଡ୍ରାଇଭ, ତିନିଟି ବ୍ୟାଟରୀ, ଦୁଇଟି ଛୋଟ ଟର୍ଚ୍ଚ, ପାଞ୍ଚଟି ମନି ଟ୍ରାଞ୍ଜାକ୍ସନ ମେସିନ, ଦୁଇଟି ଏଟିଏମ ଏବଂ ମାଷ୍ଟର କାର୍ଡ ଆଦି ଜବତ କରାଯାଇଛି। ତାହାସହିତ କିଛି ଆମେରିକୀୟ ଡଲାର, ବାଂଲାଦେଶୀ ଟାକା ଏବଂ ଭାରତୀୟ ମୁଦ୍ରା ମଧ୍ୟ ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories